fbpx

ଆଶିଷ ମିଶ୍ରଙ୍କୁ ତଦନ୍ତରେ ସାମିଲ ଦାବିରେ ଅନଶନରେ ବସିଲେ ସିଦ୍ଧୁ

ନୂଆଦିଲ୍ଲୀ: ଲଖିମପୁର ଖେରୀ ହିଂସାକାଣ୍ଡରେ ଘଟଣାରେ ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଗିରଫ କରାନଯିବା ପର୍ଯ୍ୟନ୍ତ ଅନଶନରେ ବସିବା ନେଇ ଘୋଷଣା କରିଛନ୍ତି ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ ।

ଗତକାଲି ସିଦ୍ଧୁ ଅନ୍ୟ ମନ୍ତ୍ରୀ ଏବଂ ବିଧାୟକଙ୍କ ସହ ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ଜିଲ୍ଲା ଅଭିମୁଖେ ଯାଉଥିବାବେଳେ ଉତ୍ତରପ୍ରଦେଶର ସାହାରନପୁର ସୀମାରେ ନବଜୋତ ସିଂ ସିଦ୍ଧୁଙ୍କୁ ପ୍ରଶାସନ ଏବଂ ପୋଲିସ ୟୁପି ସୀମାରେ ଅଟକାଇଥିଲେ, କିନ୍ତୁ ପରେ ସେ ଲଖୀମପୁରରେ ପହଞ୍ଚି ହିଂସାରେ ପ୍ରାଣ ହରାଇଥିବା କୃଷକ ଲଭପ୍ରୀତଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ । ଏହା ପରେ ସେ ମୃତ ସାମ୍ବାଦିକଙ୍କ ଘରେ ପହଞ୍ଚିଥିଲେ ଏବଂ ସେଠାରେ ଅନଶନରେ ବସିଥିଲେ ।

ସେପଟେ ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ହିଂସାରେ ୪ କୃଷକଙ୍କ ସମେତ ୮ ଜଣ ପ୍ରାଣ ହରାଇଥିବା ବେଳେ ବୁଧବାର କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ର କହିଛନ୍ତି ଯେ ଏହି ଆକ୍ରମଣରେ ଡ୍ରାଇଭର ଆହତ ହେବା ପରେ କାରଟି ଭାରସାମ୍ୟ ହରାଇଥିଲା ଏବଂ ଘଟଣାସ୍ଥଳରେ ଉପସ୍ଥିତ ଥିବା କିଛି ଲୋକଙ୍କ ଉପରେ ଚଢ଼ି ଯାଇଥିଲା । ପୁଅ ଆଶିଷ ମିଶ୍ର କାରରେ ଉପସ୍ଥିତ ନଥିବା କଥାକୁ ଦୋହରାଇ ଅଜୟ ମିଶ୍ର ଏହି ଘଟଣାର ନିରପେକ୍ଷ ଯାଞ୍ଚ କରିବାକୁ କହିଛନ୍ତି । ଏହି ଘଟଣାରେ ଆଶିଷ ମିଶ୍ରଙ୍କ ସଂପୃକ୍ତ ଥିବା କଥାକୁ ମଧ୍ୟ ଅସ୍ୱୀକାର କରିଛନ୍ତି।

ରବିବାରର ଲଖୀମପୁର ଖେରୀରେ ହୋଇଥିବା ହିଂସା ଘଟଣାରେ ପ୍ରାଣ ହରାଇଥିବା ଆଠ ଜଣଙ୍କ ମଧ୍ୟରୁ ଚାରିଜଣ କୃଷକ ବୋଲି ଅଭିଯୋଗ ହୋଇଛି। ଘଟଣାରେ ଦୁଇ ବିଜେପି କର୍ମୀ, ମିଶ୍ରଙ୍କ ଡ୍ରାଇଭର ଏବଂ ଏକ ଘରୋଇ ଟିଭି ଚ୍ୟାନେଲରେ କାମ କରୁଥିବା ସାମ୍ବାଦିକ ରମଣ କାଶ୍ୟପ ମଧ୍ୟ ଏହି ଘଟଣାରେ ପ୍ରାଣ ହରାଇଛନ୍ତି।

 

Get real time updates directly on you device, subscribe now.