fbpx

ଗୁଣି ସନ୍ଦେହରେ ମହିଳାଙ୍କୁ ଉଲଗ୍ନ କରି ପିଟିଲେ ସମ୍ପର୍କୀୟ, ୩ ଗିରଫ

ମଧ୍ୟପ୍ରଦେଶର ଧାର ଜିଲ୍ଲାର ଏକ ଗ୍ରାମରେ ଗୁଣି ସନ୍ଦେହରେ ୪୫ ବର୍ଷୀୟା ମହିଳାଙ୍କୁ ତାଙ୍କ ସମ୍ପର୍କୀୟମାନେ ଉଲଗ୍ନ କରି ପିଟିଥିବା ଅଭିଯୋଗ । ଶୁକ୍ରବାର ଏହି ଘଟଣାରେ ସମ୍ପୃକ୍ତ ଚାରି ଅଭିଯୁକ୍ତଙ୍କ ମଧ୍ୟରୁ ତିନି ଜଣକୁ ଗିରଫ କରିଛି ପୋଲିସ ।

ପୋଲିସ ଅଧିକାରୀ କହିଛନ୍ତି ଯେ ଏହି ଘଟଣା ଅକ୍ଟୋବର ୫ ତାରିଖ ଦିନ ମାଣ୍ଡଭି ଗ୍ରାମରେ ଘଟିଥିଲା । ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସର ଏହି କାର୍ଯ୍ୟାନୁଷ୍ଠାନ ନେଇଥିଲା। ପୋଲିସର ସୂଚନାନୁସାରେ, ପୀଡିତା ତାଙ୍କର କିଛି ସମ୍ପର୍କୀୟଙ୍କ ଉପରେ ଖରାପ ନଜର ପକାଉଥିବା ଏବଂ ତାଙ୍କୁ ଅସୁସ୍ଥ କରୁଥିବାର ଅଭିଯୋଗ କରିଥିଲେ ।

ଅଭିଯୁକ୍ତମାନଙ୍କୁ ଧାରା ୩୦୭ (ହତ୍ୟା ଉଦ୍ୟମ), ୩୫୪ ଏବଂ ଆଇପିସିର ଅନ୍ୟାନ୍ୟ ପ୍ରଯୁଜ୍ୟ ଧାରାକୁ ଅନୁଯାୟୀ ମାମଲା ରୁଜୁ କରାଯାଇଛି।

Get real time updates directly on you device, subscribe now.