fbpx

ଭାକସିନ୍ ସାର୍ଟିଫିକେଟରେ କାହିଁକି ଅଛି ମୋଦୀଙ୍କ ଫଟୋ? ହାଇକୋର୍ଟ ମାଗିଲା କେନ୍ଦ୍ରକୁ ଜବାବ

ଥିରୁବନନ୍ତପୁରମ୍: ଭାକସିନ୍ ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ନେଇ କେରଳ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ୍ ପଠାଇଛନ୍ତି । ଶୁକ୍ରବାର ଦିନ କେରଳ ହାଇକୋର୍ଟ ଏକ ଆବେଦନ ଉପରେ ନୋଟିସ୍ ପଠାଇ ଜବାବ ମାଗିଛନ୍ତି । ତେବେ ଏହି ଆବେଦନରେ କୁହାଯାଇଥିଲା ଯେ, ଟିକାକରଣ ସାର୍ଟିଫିକେଟ୍ ରୁ ମୋଦୀଙ୍କ ଫଟୋ ହଟାଯାଉ । କୋଟ୍ଟାୟମ୍ ରେ ରହୁଥିବା ଏମ୍ ପିଟର୍ ନିଜ ଆବେଦନରେ ଯୁକ୍ତି ବାଢ଼ି କହିଛନ୍ତି ଯେ, ବର୍ତ୍ତମାନ ଟିକାକରଣ ପ୍ରମାଣ ପତ୍ର ଏକ ନାଗରିକର ମୌଳିକ ଅଧିକାରକୁ ଉଲଙ୍ଘନ କରୁଛି ଓ ପ୍ରଧାନମନ୍ତ୍ରୀଙ୍କ ଫଟୋ ପ୍ରମାଣ ପତ୍ରରୁ ହଟାଯାଉ ।

ଆବେଦନ ବାବଦରେ ନ୍ୟାୟମୂର୍ତ୍ତି ପିବି ସୁରେଶ କୁମାର କେନ୍ଦ୍ର ଓ ରାଜ୍ୟ ସରକାର ଦୁହିଁଙ୍କୁ ଦୁଇ ସପ୍ତାହ ମଧ୍ୟରେ ନିଜ ନିଜର ବିଚାର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀ କହିଛନ୍ତି ଯେ, ଆମେରିକା, ଇଣ୍ଡୋନେସିଆ, ଇସ୍ରାଏଲ୍ ଏବଂ ଜର୍ମାନୀ ସମତେ ବିଭିନ୍ନ ଦେଶର ଟିକାକରଣ ସାର୍ଟିଫିକେଟ୍ ପ୍ରସ୍ତୁତ କରିଛନ୍ତି । ଯେଉଁଥିରେ କେବଳ ଜରୁରୀ ତଥା ଆବଶ୍ୟକ ସୂଚନା ରହିଛି, ଦେଶର ମୁଖିଆଙ୍କ ଫଟୋ ନୁହେଁ । ପ୍ରମାଣ ପତ୍ରରେ ମୋଦୀଙ୍କ ଫଟୋର କୌଣସି ପ୍ରାସଙ୍ଗିକତା ନାହିଁ । ଯଦି ସରକାର ଦୃଢ଼ ରହିଛନ୍ତି ତେବେ ପ୍ରମାଣ ପତ୍ରକୁ ବିନା ଫଟୋରେ ବି ତିଆରଅି କରାଯାଇପାରିବ ।

Get real time updates directly on you device, subscribe now.