fbpx

ଛୁଆ ଜନ୍ମ କରିବାକୁ ଚାହୁଁନାହାନ୍ତି ଆଧୁନିକ ମହିଳା; ମନ୍ତ୍ରୀଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ: ମହିଳାଙ୍କ ସମ୍ପର୍କରେ ପୁଣି ଏକ ବିବାଦୀୟ ବୟାନ ଦେଇଛନ୍ତି ଜଣେ ବିଜେପି ମନ୍ତ୍ରୀ । ଆଧୁନିକ ମହିଳା ମାନେ ସିଙ୍ଗଲ ରହିବାକୁ ପସନ୍ଦ କରୁଥିବା ବେଳେ ଛୁଆ ଜନ୍ମ ଦେବାକୁ ଆଗ୍ରହୀ ନଥିବା କହିଛନ୍ତି କର୍ଣ୍ଣାଟକ ମନ୍ତ୍ରୀ ଡ. କେ ସୁଧାକର । ଭାରତୀୟ ସମାଜ ଉପରେ ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବ କାରଣରୁ ଏଭଳି ଘଟଣା ଘଟୁଥିବା ନେଇ ମନ୍ତ୍ରୀ ମତ ଦେଇଛନ୍ତି । ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ମେଣ୍ଟାଲ ହେଲ୍ଥ ଆଣ୍ଡ ନ୍ୟୁରୋଲୋଜିକାଲ ସାଇନ୍ସରେ ଯୋଗ ଦେଇ ଏଭଳି ମନ୍ତବ୍ୟ ଦେଇଛନ୍ତି ସୁଧାକର ।

ଏଭଳି ଅରୁଚିକର ମନ୍ତବ୍ୟ ଦେବା ସହିତ ଏହା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନିିଜ ବୟାନରେ କହିଛନ୍ତି । କହିବାକୁ ଖରାପ ଲାଗୁଥିଲେ ହେଁ ଏହା ସତ୍ୟ କି ଆମେ ପାଶ୍ଚାତ୍ୟ ସଭ୍ୟତାକୁ ଅନୁକରଣ କରୁଅଛେ । ମହିଳା ମାନେ ସିଙ୍ଗଲ ରହିବାକୁ ଚାହୁଁଛନ୍ତି କିମ୍ବା ବିବାହ କଲେ ମଧ୍ୟ ଛୁଆ ଜନ୍ମ କରିବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଛୁଆ ଜନ୍ମ ପାଇଁ ସରୋଗେସୀକୁ ପ୍ରାଧାନ୍ୟ ଦେଉଛନ୍ତି ବୋଲି ସେ ମତ ଦେଇଛନ୍ତି । ଦେଶରେ ପ୍ରତି ୭ ଜଣରେ ଜଣେ ଲୋକ ମାନସିକ ରୋଗର ଶିକାର ହୋଇଥାନ୍ତି । ଯୋଗ ଏବଂ ପ୍ରାଣାୟମ ଦ୍ୱାରା ଏହି ସମସ୍ତ ସମସ୍ୟାରୁ ମୁକ୍ତି ମିଳି ପାରିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.