fbpx

କାଶ୍ମୀର ରଜୌରି ସେକ୍ଟରରେ ଆତଙ୍କବାଦୀ ଆକ୍ରମଣ, ୫ ଯବାନ ସହିଦ

କାଶ୍ମୀର: ଜାମ୍ମୁ-କାଶ୍ମୀର ରଜୌରି ସେକ୍ଟରରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ସଂଘର୍ଷରେ ୫ ଯବାନ ସହିଦ ହୋଇଛି । ରଜୌରି ସେକ୍ଟର ପୀରପଞ୍ଜଲ ରେଞ୍ଜ ଅଞ୍ଚଳରେ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଆତଙ୍କବାଦୀ ବିରୋଧ ଅଭିଯାନ ବେଳେ ଗୁଳି ବିନିମୟ ହୋଇଥିଲା । ଏଥିରେ ଜଣେ ଜେସିଓଙ୍କ ସମତେ ୫ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । ୫ ଯବାନ ସହିଦ ହୋଇଥିବା ନେଇ ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ସୂତ୍ରରୁ ସୂଚନା ମିଳିଛି ।

ମିଳିଥିବା ସୂଚନା ମୁତାବକ,ପାଖାପାଖି ୪ ଆତଙ୍କବାଦୀ ସୀମା ଅତିକ୍ରମ କରି ପୁଚ୍ଛ ପହଞ୍ଚିଥିଲେ ଓ ପରେ କାଶ୍ମୀର ଘାଟି ନିମନ୍ତେ ବାହାରିଥିଲେ । ମୁଗଲ ରୋଡ ନିକଟରେ ଡେରାର ଗଲି ଅଞ୍ଚଳରେ ସୁରକ୍ଷାକର୍ମୀମାନେ ୪ ଆତଙ୍କବାଦୀଙ୍କୁ ଘେରାବନ୍ଦୀ କରିଥିଲେ । ଏହାପରେ ଉଭୟ ପଟରୁ ଗୁଳିବିନିମୟ ଆରମ୍ଭ ହୋଇଥିଲା । ଏଥିରେ ୫ ସୈନିକ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲା । କିନ୍ତୁ ବାଟରେ ହିଁ ସେମାନଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପୀର୍‌ ପଞ୍ଜାଲ ପାହାଡ଼ରେ ଥିବା ଜଙ୍ଗଲ ମଧ୍ୟରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ମିଳିବା ପରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା।

Get real time updates directly on you device, subscribe now.