fbpx

ଏଲିମିନେଟର ପୂର୍ବରୁ ଆରସିବି ଛାଡିଲେ ଦୁଇ ଖେଳାଳି

ନୂଆଦିଲ୍ଲୀ : ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ସୋମବାର ଆଇପିଏଲ ୨୦୨୧ର ଏଲିମିନେଟର ମୁକାବିଲା ଖେଳାଯିବ । ଏହି ମ୍ୟାଚ୍ ପୂର୍ବରୁ ଆରସିବିର ୱାନିନ୍ଦୁ ହସରଙ୍ଗା ଏବଂ ଦୁଷ୍ମନ୍ତା ଚମିରା ଦଳ ଛାଡି ଦେଇଛନ୍ତି । ଦୁଇ ଖେଳାଳି ଶୀଘ୍ର ନିଜର ଜାତୀୟ ଦଳରେ ସାମିଲ୍ ହେବାକୁ ଯାଉଛନ୍ତି । ଚଳିତ ସପ୍ତାହର ଶେଷ ଆଡକୁ ଶ୍ରୀଲଙ୍କା ଟି-୨୦ ବିଶ୍ୱ କପର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ଖେଳିବ । ଦଳର ପ୍ରଥମ ମ୍ୟାଚ୍ ଅକ୍ଟୋବର ୧୮ରେ ନାମ୍ବିଆ ବିରୋଧରେ ରହିଛି । ଆବୁଧାବିରେ ହେବାକୁ ଏହି ମୁକାବିଲାରୁ ଶ୍ରୀଲଙ୍କା ନିଜର ଟି-୨୦ ବିଶ୍ୱ କପ୍ ଅଭିଯାନ ଆରମ୍ଭ କରିବ ।

ସୂଚନାଯୋଗ୍ୟ, ଆରସିବି ହସରଙ୍ଗା ଏବଂ ଚମିରାଙ୍କୁ ୟୁଏଇ ପର୍ଯ୍ୟାୟ ପାଇଁ ଦଳରେ ସାମିଲ୍ କରିଥିଲା । ମାତ୍ର ଦୁଇ ଖେଳାଳିଙ୍କୁ ଲଗାତାର ଚୂଡାନ୍ତ ଏକାଦଶରେ ଖେଳିବାକୁ ସୁଯୋଗ ମିଳିନଥିଲା । ହସରଙ୍ଗାଙ୍କୁ ଭାରତ ବିପକ୍ଷ ସିରିଜରେ ଦମଦାର ପ୍ରଦର୍ଶନ କାରଣରୁ ଆରସିବି ନିଜ ଦଳରେ ସାମିଲ୍ କରିଥିଲା । ଘରୋଇ ସିରିଜରେ ଭାରତୀୟ ଦଳ ବିପକ୍ଷରେ ହସରଙ୍ଗା ତିନି ଦିନିକିଆ ଏବଂ ତିନି ଟି-୨୦ ମ୍ୟାଚରେ ମୋଟ୍ ୭ ୱିକେଟ୍ ନେଇଥିଲେ ।

 

ଶ୍ରୀଲଙ୍କାର ଏହି ସ୍ପିନର ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ଲେଖିଛନ୍ତି, ଆରସିବି ଦଳକୁ ମୁଁ ହୃଦୟରୁ କୃତଜ୍ଞତା ଜଣାଉଛି ଏବଂ ଚାହୁଁଛି ମୋ ଦଳ ପ୍ଲେ ଅଫରେ ଦମଦାର ପ୍ରଦର୍ଶନ କରୁ । ଆଶା କରୁଛି ଆମେ ଚଳିତ ବର୍ଷ ଟାଇଟଲ୍ ଜିତିବୁ । ଏହି ଅବସରରେ ମୁଁ ହୃଦୟରୁ ଫ୍ରାଞ୍ଚାଇଜି ପ୍ରତି କୃତଜ୍ଞତା ପ୍ରକଟ କରୁଛି । ଶ୍ରୀଲଙ୍କାକୁ ଏହି ଟୁର୍ଣ୍ଣାମେଣ୍ଟରେ ଆୟରଲାଣ୍ଡ ଏବଂ ନେଦରଲାଣ୍ଡ ସହ ଗ୍ରୁପ ଏରେ ରଖା ଯାଇଛି ।

Get real time updates directly on you device, subscribe now.