fbpx

କୋଭିଡ୍-୧୯ରେ ମୃତକଙ୍କ ପରିବାରକୁ ମିଳିବ ମାସିକ ୫ ହଜାର ଟଙ୍କାର ଆର୍ଥିକ ସହାୟତା, ସରକାର କଲେ ଘୋଷଣା

ଥିରୁବନ୍ତପୁରମ୍: କୋଭିଡ୍-୧୯ ସଂକ୍ରମଣରେ ପ୍ରାଣ ହରାଉଥିବା ଗରିବ ପରିବାରକୁ କେରଳ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ଦେବା ନେଇ ଘୋଷଣା କରାଯାଇଛି । ବୁଧବାର ଦିନ କ୍ୟାବିନେଟ୍ ମିଟିଂରେ ଏନେଇ ନିଷ୍ପତ୍ତି ନିଆଯାଇଛିଯେ, ମୃତକଙ୍କ ପରିବାରଙ୍କୁ ବର୍ତ୍ତମାନର ଆର୍ଥିକ ସହାୟତା ସହିତ ଅତିରିକ୍ତ ୫ ହଜାର ଟଙ୍କା ରାଶି ପ୍ରଦାନ କରାଯିବ । ଏହି ଯୋଜନାରେ କେବଳ ଗରିବ ପରିବାର ମାନେ ହିଁ ସାମିଲ ରହିବେ । ରାଜ୍ୟରେ କରୋନା ସଂକ୍ରମଣର ଗ୍ରାଫ୍ ହ୍ରାସ ପାଇଥିବା ବେଳେ ବର୍ତ୍ତମାନର ସ୍ଥିତି ନିୟନ୍ତ୍ରଣରେ ରହିଛି ।

ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେଳ, ଦାରିଦ୍ର୍ୟ ସୀମା ରେଖା ତଳେ ଥିବା ପରିବାର ମାନଙ୍କୁ ମାସକୁ ଅତିରିକ୍ତ ୫ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ । ମୁଖ୍ୟମନ୍ତ୍ରରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ବିବୃତ୍ତି ଅନୁସାରେ, କୋଭିଡ୍ ରେ ପ୍ରାଣ ହରାଇଥିବା ଆଶ୍ରିତ ବିପିଏଲ୍ ପରିବାରକୁ ଆର୍ଥିକ ସହଯୋଗ ମିଳିବ । ଆଶ୍ରିତଙ୍କୁ ସୋସିଆଲ ୱୋଲଫାୟାର୍, ୱେଲଫାୟାର୍ ଫଣ୍ଡ ଅଥବା ପେନସନ୍ ଫଣ୍ଡର ଉପଲବ୍ଧତାରୁ ଅପାତ୍ର କରାଯିବ ନାହିଁ । ଯେଉଁ ମାନେ ଦେଶ ବାହାରୁ କିମ୍ବା ରାଜ୍ୟ ବାହାରୁ ଆସି ରାଜ୍ୟରେ ଆଶ୍ରୟ ନେଇଛନ୍ତି । ସେମାନଙ୍କୁ ଏହି ସୁବିଧା ମିଳିବ । ଏଥିପାଇଁ ସେମାନଙ୍କୁ ଏକ ପତ୍ର ମାଧ୍ୟମରେ ଆବେଦନ କରିବାକୁ ହେବ । ସରକାରଙ୍ପକ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ସମ୍ବନ୍ଧିତ ଜିଲ୍ଲାଧିକାରୀ ଏଥିପାଇଁ ଉଚିତ୍ ପଦକ୍ଷେପ ଗ୍ରହଣ କରିବେ ।

Get real time updates directly on you device, subscribe now.