fbpx

ମାତ୍ର ୫୦୦ ଟଙ୍କା ନିବେଶରେ କିଣନ୍ତୁ ସୁନା, ଜାଣନ୍ତୁ କିଭଳି କରିବେ ନିବେଶ

ନୂଆଦିଲ୍ଲୀ: ସୁନା ସମସ୍ତଙ୍କୁ ପସନ୍ଦ । ସୁନାକୁ ସମୃଦ୍ଧିର ପ୍ରତୀକ ବୋଲି ମଧ୍ୟ ବିଶ୍ୱାସ କରାଯାଏ । ଲୋକମାନେ ନିଜର ସମୃଦ୍ଧିକୁ ପ୍ରଦର୍ଶନ କରିବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରିଥାନ୍ତି । ସୁନାର ଗୁରୁତ୍ୱ ଆଜିବି ରହିଛି । କିନ୍ତୁ ଲଗାତାର ବଢ଼ୁଥିବା ଦାମ ଯୋଗୁଁ ଏହି ମୂଲ୍ୟବାନ ଧାତୁ ସାଧାରଣ ଲୋକଙ୍କ ହାତପାହାନ୍ତାଠାରୁ ଦୂରରେ ରହିଛି ।

ବଜାରରେ ହୁଏତ ସୁନା ମୂଲ୍ୟ ଅଧିକ ଥାଇପାରେ ଏହାପରେ ମଧ୍ୟ ଲୋକେ ସୁନାରେ ନିବେଶ କରିବାକୁ ସୁରକ୍ଷିତ ମନେ କରିଥାନ୍ତି । ନିବେଶ ହିସାବରେ ସୁନା ସେହି ସୁରକ୍ଷିତ ବିକଳ୍ପମାନଙ୍କ ମଧ୍ୟରୁ ଯାହା ଅଧିକ ସମୟ ଧରି ନିବେଶକଙ୍କୁ ଅଧିକ ରିଟର୍ଣ୍ଣ ଦେଇ ଆସୁଛି । ଅର୍ଥ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଭଲ ନିବେଶକଙ୍କ ପୋର୍ଟଫୋଲିଓରେ ସୁନା ୧୫-୨୦ ପ୍ରତିଶତ ହେବା ଦରକାର ।

ତେବେ ବର୍ତ୍ତମାନର ପରିସ୍ଥିତିରେ ଲୋକମାନଙ୍କ ଆଗ୍ରହ ବାସ୍ତବିକ ସୁନା ଅପେକ୍ଷା ବିକଳ୍ପ ଆଡ଼କୁ ବଢ଼ୁଛି । କାରଣ ବାସ୍ତବିକ ସୁନା କିଣିବା ସମସ୍ତଙ୍କ ପକ୍ଷରେ ସମ୍ଭବ ହେଉନାହିଁ । ତେବେ ସୁନାର ଅନ୍ୟ ବିକଳ୍ପ ଫଳରେ ସାଧାରଣ ଲୋକ ସୁନାରେ ନିବେଶ କରିପାରିବେ । ଗୋଲ୍ଡ ବଣ୍ଡ, ଗୋଲ୍ଡ ଇଟିଏଫ ଏବଂ ମ୍ୟୁଚୁଆଲ ଫଣ୍ଡ ଦ୍ୱାରା ସୁନାରେ ନିବେଶ କରାଯାଇପାରିବ । ଗୋଲ୍ଡ ମ୍ୟୁଚୁଆଲ ଫଣ୍ଡ ଭଲ ରିଟର୍ଣ୍ଣର ଏକ ସୁରକ୍ଷିତ ମାଧ୍ୟମ । ଏଠାରେ ନିବେଶ କଲେ ଆପଣଙ୍କୁ ବାସ୍ତବିକ ସୁନା ଭଳି ସୁରକ୍ଷା ଦରକାର ନାହିଁ । ଅନେକ ମ୍ୟୁଚୁଆଲ ଫଣ୍ଡ ରହିଛି ଯାହା ଫିକ୍ସ ଡିପୋଜିଟ ଠାରୁ ମଧ୍ୟ ଅଧିକ ରିଟର୍ଣ୍ଣ ଦେଇଥାନ୍ତି ।

୫୦୦ ଟଙ୍କାରେ କିଣିପାରିବେ ସୁନା

ମ୍ୟୁଚୁଆଲ ଫଣ୍ଡ ମାଧ୍ୟମରେ ସୁନାରେ ନିବେଶ କରିବାର ସବୁଠୁ ବଡ଼ ଲାଭ ହେଉଛି ଆପଣ କେବଳ ୫୦୦ ଟଙ୍କାର ସୁନା ମଧ୍ୟ କିଣିପାରିବେ । ଆପଣ ପ୍ରତିମାସରେ ଏସଆଇପି ମାମଧ୍ୟରେ ସୁନାରେ ନିବେଶ କରିପାରିବେ । ଏଥିରେ ଅନ୍ୟ ମୁଚ୍ୟୁଆଲ ଫଣ୍ଡ ଭଳି ନିବେଶ କରାଯାଇଥାଏ । ଆକ୍ସିସ ଗୋଲ୍ଡ ଫଣ୍ଡ, କୋଟକ ଗୋଲ୍ଡ ଫଣ୍ଡ, ଏସବିଆଇ ଗୋଲ୍ଡ ଫଣ୍ଡ ଏବଂ ଏଚଡିଏଫସି ଗୋଲ୍ଡ ଫଣ୍ଡ କିମ୍ବା କିଛି ଗୋଲ୍ଡ ଫଣ୍ଡ ରହିଛି ଯାହା ଭଲ ରିଟର୍ଣ୍ଣ ଦେଇଥାନ୍ତି । ଅନେକ ଏମିତି ଗୋଲ୍ଡ ଫଣ୍ଡ ରହିଛି ଯାହା କେବଳ ୩ ବର୍ଷରେ ୧୪ରୁ ୧୫ ବର୍ଷ ପ୍ରତିଶତ ପର୍ଯ୍ୟନ୍ତ ରିଟର୍ଣ୍ଣ ଦେଇଥାଏ ।

Get real time updates directly on you device, subscribe now.