fbpx

ସରକାରୀ କମ୍ପାନୀ ପରେ ଏବେ ବିକ୍ରି ହୋଇଯିବ ସରକାରୀ ଜମି, କ୍ୟାବିନେଟ ମଞ୍ଜୁରୀ ପରେ ଆରମ୍ଭ ହେବ ମନିଟାଇଜେସନ୍ ପ୍ରକ୍ରିୟା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା କମ୍ପାନୀଗୁଡ଼ିକର ମନିଟାଇଜେସନ୍ ପ୍ରକ୍ରିୟା ଜାରି ରହିଥିବା ବେଳେ ଏଥିରେ ଏବେ ସାମିଲ ହେବ କମ୍ପାନୀ ଜମି । କ୍ୟାବିନେଟରେ ଏହାକୁ ମଞ୍ଜୁରୀ ମିଳିବା ପରେ ଏନେଇ ଏକ କମ୍ପାନୀ ତିଆରି ହେବ । ଏନେଇ ସୂଚନା ଦେଇଛନ୍ତି ନିବେଶ ଓ ସାଧାରଣ ସମ୍ପତ୍ତି ପରିଚାଳନା ବିଭାଗ (ଡିପମ) ସଚିବ ତୁହିନ କାନ୍ତ ପାଣ୍ଡେ ।

ସେ କହିଛନ୍ତି ଯେ, ମନ୍ତ୍ରିମଣ୍ଡଳର ମଞ୍ଜୁରୀ ପରେ ସରକାରୀ କମ୍ପାନୀର ଜମିର ମନିଟାଇଜେସନ କାର୍ଯ୍ୟ ଆରମ୍ଭ ହେବ । ମନ୍ତ୍ରିମଣ୍ଡଳର ମଞ୍ଜୁରୀ ପରେ ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା ସାର୍ବଜନିକ ଉଦ୍ୟୋଗ ବିଭାଗ (ଡିପିଇ)ର ଅଧୀନରେ ନ୍ୟାସନାଲ ଲ୍ୟାଣ୍ଡ ମନିଟାଇଜେସନ କର୍ପୋରେସନ (ଏନଏଲଏମସି) ଗଠନ କରାଯାଇ ଉକ୍ତ କମ୍ପାନୀକୁ ଏହି ଦାୟିତ୍ୱ ପ୍ରଦାନ କରାଯିବ । ସରକାର ଚିଳତ ଆର୍ଥିକ ବର୍ଷରେ ବିପିସିଏଲ, ସିପିଂ କର୍ପୋରେସନ ଅଫ୍ ଇଣ୍ଡିଆ, ଆଇଡିବିଆଇ, ବିଇଏମଏଲ, ପବନ ହଂସ, ନିଳାଚଳ ଇସ୍ପାତ ନିଗମ ଲିମିଟେଡର ବିକ୍ରି ପୂରା କରିବା ଲକ୍ଷ୍ୟ ରଖିଛନ୍ତି । ଏନଏଲଏମସି କମ୍ପାନୀର ୧୦୦ ପ୍ରତିଶତ ନିୟନ୍ତ୍ରଣ ସରକାରଙ୍କ ଅଧୀନରେ ରହିବ । ଏହାର ପ୍ରାରମ୍ଭିକ ଶେୟାର ପୁଞ୍ଜି ୫୦୦୦ କୋଟି ଓ ସବସ୍କ୍ରାଇବଡ୍ ଶେୟାର ରାଶି ୧୫୦ କୋଟି ଟଙ୍କା ରହିବ । ଏହି କମ୍ପାନୀ ଏକ ବୋର୍ଡ ଦ୍ୱାରା ପରିଚାଳିତ ହେବା ସହ ଏଥି ସମ୍ବନ୍ଧିତ ମନ୍ତ୍ରଣାଳୟର ସଚିବ, ରିୟଲ ଇଷ୍ଟେଟ କ୍ଷେତ୍ରର ପ୍ରତିନିଧି ଓ ନିବେଶ ବ୍ୟାଙ୍କରମାନେ ସାମିଲ ରହିବେ ବୋଲି କୁହାଯାଇଛି । ୨୦୨୧-୨୨ ବଜେଟ ଭାଷଣରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏନଏମଏଲସି ଗଠନ କରିବାକୁ ପ୍ରସ୍ତାବ ରଖିଥିଲେ ।

Get real time updates directly on you device, subscribe now.