fbpx

ପୋଲିସ ହେପାଜତରୁ ସ୍କୁଲ ପରିଚାଳନା କମିଟି ସଭାପତି ଚମ୍ପଟ

ବଲାଙ୍ଗିର(ଓଡ଼ିଶା ଭାସ୍କର): କେସିଙ୍ଗା ଥାନା ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ନିଖୋଜ ଘଟଣାରେ ପୋଲିସ ହେପାଜତରୁ ଅଭିଯୁକ୍ତ ଚମ୍ପଟ । ପୋଲିସ ହେପାଜତରୁ ଚମ୍ପଟ ମାରିଛନ୍ତି ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ । ତେବେ ୮ ତାରିଖ ଶିକ୍ଷୟିତ୍ରୀ ସ୍କୁଲ ଯିବା ବେଳେ ଚନ୍ଦତରା ଛକ ନିକଟରୁ ନିଖୋଜ ହୋଇଥିଲେ । ୧୨ ତାରିଖରେ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଥିଲେ । ବଲାଙ୍ଗିର ପୋଲିସ କଳାହାଣ୍ଡିର ଆସି ସେଠାକାର ପୋଲିସ ସହିତ କଥାବାର୍ତ୍ତା ହେବା ପରେ ସ୍କୁଲ ମାଲିକ ଗୋବିନ୍ଦ ସାହୁକୁ ଉଠାଇ ନେଇଥିଲା । ମହାଲିଙ୍ଗରେ ଛାନଭିନ୍ ପରେ ତାଙ୍କ ଗାଡ଼ି ମଧ୍ୟ ଜବତ ହୋଇଥିଲା । । ଶିକ୍ଷୟିତ୍ରୀ ନିଖୋଜ ଘଟଣାରେ ଗୋବିନ୍ଦଙ୍କୁ ଅଟକ ରଖିଥିଲା ପୋଲିସ । କିନ୍ତୁ ଗତକାଲି ରାତିରୁ ଟିଟିଲାଗଡ଼ ଥାନା ପୋଲିସ ବ୍ୟାରେକରୁ ସେ ଚମ୍ପଟ ମାରିଥିବା ଜଣାପଡିଛି ।

Get real time updates directly on you device, subscribe now.