fbpx

ଚଳିତବର୍ଷର ଶେଷ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି: ଜାଣନ୍ତୁ କେବେ ଓ କେଉଁ ରାଶି ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ: କାର୍ତ୍ତିକ ମାସ ଶୁକ୍ଲ ପକ୍ଷର ପୂର୍ଣ୍ଣିମା ତିଥି ଅର୍ଥାତ୍ ୧୯ ନଭେମ୍ବର ୨୦୨୧ ଶୁକ୍ରବାର ଦିନ ଚଳିତବର୍ଷର ଦ୍ୱିତୀୟ ବା ଶେଷ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି । କୁହାଯାଉଛି ଯେ ଏହା ଆଂଶିକ ଚନ୍ଦ୍ରଗ୍ରହଣ ହେବ, ଯାହା ଭାରତର ଆସାମ ଓ ଅରୁଣାଚଳପ୍ରଦେଶରେ କିଛି ସମୟ ପାଇଁ ଦୃଶ୍ୟମାନ ହେବ । ଏହା ବ୍ୟତିତ ଆମେରିକା, ଉତ୍ତର ୟୁରୋପ, ପୂର୍ବ ଏସିଆ, ଅଷ୍ଟ୍ରେଲିଆ ଓ ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ଏହି ଚନ୍ଦ୍ରଗ୍ରହଣ ଦେଖାଯିବ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଚନ୍ଦ୍ରଗ୍ରହଣ ବୃଷ ରାଶି ଓ କୃତ୍ରିକା ନକ୍ଷତ୍ରରେ ଲାଗିବ । ଏହି କାରଣରୁ ବୃଷ ରାଶିର ଲୋକଙ୍କ ପାଇଁ ଏହି ଅବଧି ସମସ୍ୟାକାରକ ହୋଇପାରେ । ଚନ୍ଦ୍ରଗ୍ରହଣ ବିଶେଷ କରି ୫ ରାଶିର ଲୋକେ ଯଥା-ବୃଷ, କନ୍ୟା, ବିଛା, ଧନୁ ଓ ମେଷ ଉପରେ ପ୍ରଭାବ ଦେଖାଇବ । ଏହା ବ୍ୟତୀତ ଅନ୍ୟ ରାଶି ଉପରେ ବି ଏହାର ପ୍ରଭାବ ପଡିବ । ବୃଷ ରାଶିର ଲୋକେ ଏହି ସମୟରେ ବିବାଦ ଓ ଅଯଥା ଖର୍ଚ୍ଚରୁ ଦୂରେଇ ରହିବା ଉଚିତ୍ ।

ଭାରତୀୟ ସମୟ ଅନୁସାରେ, ୧୯ ନଭେମ୍ବର ଶୁକ୍ରବାର ସକାଳ ୧୧ଟା ୩୪ ମିନିଟରେ ଚନ୍ଦ୍ରଗ୍ରହଣ ଆରମ୍ଭ ହେବ, ଯାହାକି ସନ୍ଧ୍ୟା ୫ଟା ୩୩ ମିନିଟରେ ଶେଷ ହେବ । ଗ୍ରହଣ ସମୟରେ ରୋଷେଇ, ପୂଜା ପାଠ ଆଦି କରିବା ଉଚିତ୍ ନୁହେଁ । ଏହି ସମୟରେ ଭଗବାନଙ୍କୁ ଧ୍ୟାନ କରିବା ଉଚିତ୍ । ଗ୍ରହଣ ପରେ ସ୍ନାନ କରିବା ଦରକାର । ଏହି ସମୟରେ ଗର୍ଭବତୀ ମହିଳାଙ୍କୁ ବିଶେଷ ସାବଧାନରେ ରହିବାକୁ ପରାମର୍ଶ ଦିଆଯାଏ । ଚନ୍ଦ୍ରଗ୍ରହଣ ସମୟରେ ଭଗବାନ୍ ଶିବଙ୍କୁ ପୂଜା କରିବା ଦ୍ୱାରା ଲାଭ ମିଳିଥାଏ ।

Get real time updates directly on you device, subscribe now.