fbpx

ପ୍ରକାଶ ପାଇଲା ହିନ୍ଦୀ ଶିକ୍ଷକ ନିଯୁକ୍ତି ପରୀକ୍ଷା ରେଜଲ୍ଟ, ମୋଟ ୯୫୩ ପ୍ରାର୍ଥୀ କୃତକାର୍ଯ୍ୟ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ମାଧ୍ୟମିକ ବିଦ୍ୟାଳୟରେ ହିନ୍ଦୀ ଶିକ୍ଷକ ନିଯୁକ୍ତି ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇଛି । ଏଥିରେ ମୋଟ ୯୫୩ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛି । ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ତରଫରୁ ରାଜ୍ୟର ସରକାରୀ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ଖାଲି ଥିବା ହିନ୍ଦୀ ଶିକ୍ଷକ ପଦବୀରେ ନିଯୁକ୍ତି ନିମନ୍ତେ ଗତ ୪ ତାରିଖରେ ଅନଲାଇନ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ମୋଟ ୯୫୩ ପ୍ରାର୍ଥୀ ଏହି ପରୀକ୍ଷା ରେ ଉତୀର୍ଣ୍ଣ ହୋଇଥିବା ବେଳେ ତନ୍ମଧ୍ୟରୁ ୨୦୭ ଜଣ ସାଧାରଣ ବର୍ଗର , ୫୯୬ ଜଣ ଏସଇବିସି ବର୍ଗର ,୧୦୧ ଜଣ ଅନୁସୂଚିତ ଜାତି ର ଓ ୪୯ ଜଣ ଅନୁସୂଚିତ ଜନଜାତିର ପ୍ରାର୍ଥୀ ଅଟନ୍ତି ।

ପ୍ରାର୍ଥୀ ମାନେ ତାଙ୍କ ପରୀକ୍ଷା ଫଳ ୱେବ ସାଇଟ ଡିଏସଇ ଓଡିଶା ଡଟ୍‌ ଇନ୍‌ ରେ ଲଗ ଇନ କରି ଦେଖି ପାରିବେ । ପରୀକ୍ଷାରେ ସଫଳ ହୋଇଥିବା ପ୍ରାର୍ଥୀ ମାନଙ୍କର ଡକ୍ୟୁମେଣ୍ଟ ଯାଞ୍ଚ ଆସନ୍ତା ୨୯ ତାରିଖରେ ନିଜ ସ୍ଥାୟୀ ଠିକଣା ଜିଲ୍ଲାରେ ହେବ ।ଏହା ପାଇଁ ସବିଶେଷ ସୂଚନା ଖୁବ ଶୀଘ୍ର ୱେବସାଇଟରେ ପ୍ରକାଶିତ ହେବ ବୋଲି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ସୂତ୍ରରୁ ପ୍ରକାଶ ।

Get real time updates directly on you device, subscribe now.