fbpx

‘ବଣ୍ଟି ଔର ବବଲୀ-୨’ ଟ୍ରେଲର ରିଲିଜ୍: ଅସଲି ନକଲି ମଧ୍ୟରେ ହେବ ଯୁଦ୍ଧ

ବର୍ତ୍ତମାନ ବଲିଉଡରେ ଅନେକ ବଡ଼ ବଡ଼ ଫିଲ୍ମକୁ ନେଇ ଚର୍ଚ୍ଚା ହେଉଛି । ଏହାରି ମଧ୍ୟରେ ରାନୀ ମୁଖାର୍ଜୀ ଏବଂ ସୈଫ ଅଲ୍ଲୀ ଖାନଙ୍କ ଅଭିନୀତ ଫିଲ୍ମ ‘ବଣ୍ଟି ଔର ବବଲୀ-୨’ ର ଖୁବ ଚର୍ଚ୍ଚା ହେଉଛି । ପ୍ରଥମେ ଏହାର ପ୍ରମୋ ରିଲିଜ୍ କରାଯାଇଥିବାବେଳେ ସୋମବାର ଏହାର ଟ୍ରେଲର ରିଲିଜ୍ ହୋଇଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ କେଉଁଭଳି ‘ବଣ୍ଟି-ବବଲୀ’ ନିଜର ଡୁପ୍ଲିକେଟଙ୍କ ଯୋଗୁଁ ଚିନ୍ତିତ ଅଛନ୍ତି ଏବଂ ତାଙ୍କ ଠାରୁ ପ୍ରତିଶୋଧ ନେବାକୁ ନିଷ୍ପତି ନେଇଛନ୍ତି । ଆଉ ଏହି ଚାରି ଜଣଙ୍କ ଯୋଗୁଁ ଦେଶରେ ଦେଖାଦେଇଛି ଉତ୍ତେଜନା ।

ଟ୍ରେଲରରେ ‘ବଣ୍ଟି ବବଲୀ’ଙ୍କୁ ହଠାତ୍ ଗିରଫ କରୁଛି ପୋଲିସ ଏବଂ ପରେ ଜଣାପଡ଼ିଛି ଯେ ତାଙ୍କର କେହି ଡୁପ୍ଲିକେଟ ଲୋକଙ୍କୁ ଲୁଟୁଛନ୍ତି । ଆଉ ଏହାପରେ ବଣ୍ଟି-ବବଲୀ ତାଙ୍କ ଡୁପ୍ଲିକେଟଙ୍କୁ ଧରିବା ପାଇଁ ଆରମ୍ଭ କରିଛନ୍ତି ପ୍ରୟାସ । ଫିଲ୍ମରେ ସସପେନ୍ସ ଏବଂ କମେଡି ଦେଖିବାକୁ ମିଳିବ ।

ତେବେ ଏହି ଫିଲ୍ମରେ ସୈଫ ଏବଂ ରାନୀଙ୍କର ବଢ଼ିଆ କମେଡି ଏବଂ ଡାଇଲଗ ଲୋକଙ୍କୁ ଖୁବ୍ ପସନ୍ଦ ଆସୁଛି । ଫିଲ୍ମରେ ସିଦ୍ଧାନ୍ତ ଚତୁର୍ବେଦୀ, ଶାରବରୀ ୱାଘ ଏବଂ ପଙ୍କଜଚ ତ୍ରିପାଠୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଛି । ଏହି ଟ୍ରେଲରକୁ ସୋସିଆଲ ମିଡିଆରେ ଲୋକେ ଖୁବ ପସନ୍ଦ କରୁଛନ୍ତି । ବରୁଣ ଭି ଶର୍ମାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ୧୯ ନଭେମ୍ବରରେ ରିଲିଜ ହେବାକୁ ଯାଉଛି ।

Get real time updates directly on you device, subscribe now.