fbpx

ନିମୋନିଆ ମୁକାବିଲା ପାଇଁ PCV Vaccine ଉପରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗୁରୁତ୍ୱ; ୬୦ ପ୍ରତିଶତ ହ୍ରାସ ପାଇବ ଶିଶୁ ମୃତ୍ୟୁହାର

ନୂଆଦିଲ୍ଲୀ: ନିମୋନିଆ ମୁକାବିଲା ପାଇଁ ଟିକାକରଣ ଉପରେ ଗୁରୁତ୍ୱାରୋପ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ । ୟୁନିଭର୍ସାଲ ଇମ୍ୟୁନାଇଜେସନ ପ୍ରୋଗ୍ରାମ ଅଧୀନରେ ପିସିଭି ଭ୍ୟାକସିନ ଟିକାକରଣ ଆରମ୍ଭ କରାଯାଇଛି । ପିସିଭି ଟିକାକୁ ନେଇ ଜନସଚତନତା ଜରୁରୀ ବୋଲି ମାଣ୍ଡବୀୟ କହିଛନ୍ତି । ଏହା ସହିତ ଏହି ଟିକାକୁ ବାଧ୍ୟତା ମୂଳକ କରିଛନ୍ତି ସରକାର । ଏହି ଟିକାର ବ୍ୟବହାର ଦ୍ୱାରା ଶିଶୁ ମୃତ୍ୟୁ ହାର ପ୍ରାୟ ୬୦ ପ୍ରତିଶତ ହ୍ରାସ ପାଇବ ବୋଲି ମାଣ୍ଡବୀୟ କହିଛନ୍ତି ।

ନ୍ୟୁମୋକୋକି ଫ୍ୟାମିଲିର ଏକାଧିକ ଭୂତାଣୁ ବ୍ୟବହାରରେ ଏହି ଟିକା ପ୍ରସ୍ତୁତ କରାଯାଇଥିବା ବେଳେ ଏହାକୁ ପିସିଭି ଭ୍ୟାକସିନ ଭାବରେ ବ୍ୟବହୃତ କରାଯିବ । ୫ ବର୍ଷରୁ କମ ବୟସ୍କ ଶିଶୁଙ୍କୁ ଏହି ଯୋଜନାରେ ସାମିଲ କରାଯାଇଥିବା ବେଳେ ଏହି ଟିକା ୩ଟି ପର୍ଯ୍ୟାୟରେ ପ୍ରଦାନ କରାଯିବ । ଶିଶୁ ଜନ୍ମ ନେବାର ୪୫ ଦିନ ମଧ୍ୟରେ ପ୍ରଥମ ଟିକା, ୧୦୦ ଦିନ ମଧ୍ୟରେ ଦ୍ୱିତୀୟ ଟିକା ଏବଂ ୨୭୦ ଦିନ ମଧ୍ୟରେ ତୃତୀୟ ଟିକା ପ୍ରଦାନ କରାଯିବ । ୨୮ ଡିସେମ୍ବର ୨୦୨୦ରେ କେନ୍ଦ୍ର ମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ଦ୍ୱାରା ଏହା ଆରମ୍ଭ ହୋଇଥିବା ବେଳେ ପ୍ରଥମରୁ ଏହା କେବଳ ୫ଟି ରାଜ୍ୟରେ ଆରମ୍ଭ କରାଯାଇଥିଲା । ଏହା ସହିତ ବର୍ତ୍ତମାନ ସମଗ୍ର ଦେଶରେ ଏହାକୁ ବାଧ୍ୟତାମୂଳକ କରାଯାଇଛି ।

Get real time updates directly on you device, subscribe now.