fbpx

ବାଇକ ମିଳିଲାନି ବୋଲି… କନ୍ୟାକୁ ଛାଡ଼ି ପଳାଇଲା ବର

ନୂଆଦିଲ୍ଲୀ: ବିବାହ ପୂର୍ବରୁ ଯୌତୁକ ଦାବି କରିବା ଏବଂ ଏଥିପାଇଁ ବିବାହ ଭାଙ୍ଗିବା ଖବର ଶୁଣିଥିବେ, କିନ୍ତୁ ବିବାହ ପରେ ଯୌତୁକ ମାଗିବା ଏବଂ ନମିଳିବାରୁ କନ୍ୟାକୁ ଛାଡ଼ି ପଳାଇଥିବା ଘଟଣା ଶୁଣିଛନ୍ତି କି? ଏଭଳି ଏକ ମାମଲା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ ହମୀରପୁର ଜିଲ୍ଲାରେ । ଯେଉଁଠାରେ ନିକାହ ପରେ ଯୌତୁକ ଦାବି କରିଥିଲେ ବର ପକ୍ଷ, ଆଉ ଅସମର୍ଥ ହେବାରୁ କନ୍ୟାକୁ ଛାଡ଼ି ପଳାଇଛନ୍ତି ବର ପକ୍ଷ । ସପେଟେ କନ୍ୟା ପିତା କହିଛନ୍ତି ନିକାହ ପରେ ବର ପକ୍ଷ ଯୌତୁକରେ ତିନି ଲକ୍ଷ ଟଙ୍କା ଏବଂ ବାଇକ ଦାବି କରିଥିଲେ । ଦାବି ପୂରଣ ନହୋଇପାରିବାରୁ ନିକାହ ସେମାନେ ପଳାଇଥିଲେ ।

ଘଟଣା ଅନୁଯାୟୀ, ହମୀରପୁର ଜିଲ୍ଲା ଅକୋନା ନିବାସୀ ନିଜ ଝିଅର ବିବାହ କାଜୟାନାର ଜହୁର ମୋହମ୍ମଦଙ୍କୁ ପୁତ୍ର ରିୟାଜଙ୍କ ସହ ବିବାହ କରିଥିଲେ । ହସ ଖୁସିରେ ନିକାହ ପଢ଼ାହୋଇଥିଲା ଏବଂ ବିବାହ ହୋଇଥିଲା । କିନ୍ତୁ ନିକାହ ପରେ ବର ପକ୍ଷ ଯୌତୁକରେ ୩ ଲକ୍ଷ ଟଙ୍କା ଏବଂ ବାଇକ ମାଗିଥିଲେ  । ଯେଉଁଥିରେ ଅସମର୍ଥତା ପ୍ରକାଶ କରିଥିଲେ କନ୍ୟା ପକ୍ଷ ଯାହାକୁ ନେଇ କ୍ଷୁବ୍ଧ ହୋଇଯାଇଥିଲେ ବର ପକ୍ଷ ଏବଂ କନ୍ୟାକୁ ନେବାକୁ ମନା କରିଦେଇଥିଲେ, ଯାହା ପରେ ଦୁଇ ଦୁଇ ପକ୍ଷ ମଧ୍ୟରେ ବିବାଦ ହୋଇଥିଲା । ନେହୁରା ହେବାପରେ ମଧ୍ୟ ମାନିନଥିଲେ ବର ପକ୍ଷ । ଯାହା ପରେ ପୋଲିସରେ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.