fbpx

ଦୀପାବଳୀ ପରେ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ, ଗଣଶିକ୍ଷା ବିଭାଗ ପକ୍ଷରୁ ଚାଲିଛି ପ୍ରସ୍ତୁତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଧୀରେଧୀରେ ହ୍ରାସ ପାଉଥିବା ବେଳେ ଶିକ୍ଷାନୁଷ୍ଠାନ ପର୍ଯ୍ୟାୟକ୍ରମେ ଖୋଲୁଛି । ତେବେ ଅଧାରୁ ପାଠ ଛାଡ଼ୁଥିବା ବିଦ୍ୟାର୍ଥୀଙ୍କ ସଂଖ୍ୟା ଦିନକୁ ବୃଦ୍ଧି ପାଉଥିବାରୁ ଏହାକୁ ରୋକିବାକୁ ସରକାର ଶିକ୍ଷାନୁଷ୍ଠାନ ଖୋଲିବା ଉପରେ ପ୍ରାଧାନ୍ୟ ଦେଉଛନ୍ତି । ପୂର୍ବରୁ ଅଷ୍ଟମରୁ ଦ୍ୱାଦଶ ପର୍ଯ୍ୟନ୍ତ ପାଠପଢ଼ା ସୁରୁଖୁରୁରେ ଚାଲିଥିବାରୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଯୋଜନା ଚାଲିଛି । ଏନେଇ ବିଭାଗ ପକ୍ଷରୁ ଆଲୋଚନା ଆରମ୍ଭ କରାଯାଇଥିବା ବେଳେ ଖୁବଶୀଘ୍ର ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି ।

ତେବେ ବର୍ତ୍ତମାନ ସ୍କୁଲ ଖୋଲିଥିବା ବେଳେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ଉପସ୍ଥାନ ପ୍ରାୟ ୬୫ ପ୍ରତିଶତ ରହୁଛି । ଏହାକୁ ଦୃଷ୍ଟିରେ ରଖି ଷଷ୍ଠ ଓ ସପ୍ତମ ଶ୍ରେଣୀ ଦୀପାବଳି ପରେ ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି । ଏନେଇ ଶିକ୍ଷାବିତ ଓ ବିଶେଷଜ୍ଞଙ୍କ ମତ ଲୋଡ଼ାଯାଇଛି । ତେବେ ଦୀପାବଳୀ ପରେ ସ୍କୁଲ ଖୋଲିବା ପରେ ପାଠପଢ଼ା ଆରମ୍ଭ ହେବ ବୋଲି ଅନୁଷ୍ଠିତ ବୈଠକରେ ଆଲୋଚନା ହୋଇଛି । ତେନେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନଥିବା ଜଣାପଡ଼ିଛି ।

Get real time updates directly on you device, subscribe now.