fbpx

E-shram କାର୍ଡ ପାଇଁ ୧୦୦ ଟଙ୍କା ଲାଞ୍ଚ ଦେଇଛି: କେନ୍ଦ୍ରମନ୍ତ୍ରୀଙ୍କ ସଭାରେ ମହିଳାଙ୍କ ଖୁଲାସା; ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ: ନିଜ ସଭା ମଝିରେ ଯୋଜନାର ଅପାରଗତାକୁ ନେଇ ହଟହଟା ହୋଇଛନ୍ତି ବିଜେପି କେନ୍ଦ୍ରମନ୍ତ୍ରୀ । ଇ-ଶ୍ରମ କାର୍ଡ ପାଇଁ ସେ ଲାଞ୍ଚ ଦେଇଥିବା ନେଇ ଜଣେ ମହିଳା ମନ୍ତ୍ରୀଙ୍କ ମୁହଁରେ କହୁଥିବାର ଭିଡିଓ ଭାଇରାଲ ହୋଇଛି । ମହିଳାଙ୍କ ଏଭଳି ପ୍ରତିକ୍ରିୟାରେ ଶ୍ରମ ମନ୍ତ୍ରାଳୟ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ରାମେଶ୍ୱର ଟେଲିଙ୍କ ମୁହଁ ଲାଲ ହୋଇଯାଇଥିଲା ।

ଶନିବାର ଦିନ ଏହି ଘଟଣାଟି ପାଟନାର ଦଶରଥ ମାଞ୍ଝୀ ଇନଷ୍ଟିଚ୍ୟୁଟରେ ଘଟିଥିଲା । ଟେଲି କିଛି ହିତାଧିକାରୀଙ୍କ ତାଙ୍କ ଇ-ଶ୍ରମ କାର୍ଡ ବାଣ୍ଟିବାକୁ ଯାଇଥିଲେ । ସରକାରଙ୍କ ପକ୍ଷରୁ ଏହି କାର୍ଡ ମାଗଣା ପ୍ରଦାନ କରାଯାଉଥିବା ବେଳେ ଜନ ସେବା କେନ୍ଦ୍ରକୁ ସରକାରଙ୍କ ପକ୍ଷରୁ ୨୦ ଟଙ୍କା ପ୍ରଦାନ କରାଯାଇଥାଏ । ମାତ୍ର ମହମ୍ମଦପୁରର ମହିଳା କିରଣ ଦେବୀ ଏନେଇ ଜନସେବା କେନ୍ଦ୍ରରେ ୧୦୦ ଟଙ୍କା ପ୍ରଦାନ କରିଥିବା ନେଇ ସଭା ମଝିରେ ଘୋଷଣା କରିଥିଲେ । ମଞ୍ଚରେ ଉପସ୍ଥିତ ବିହାର ଶ୍ରମ ମନ୍ତ୍ରୀ ଜୀବେଶ ମିଶ୍ରଙ୍କୁ ସମ୍ପୂର୍ଣ୍ଣ ମାମଲାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ରମନ୍ତ୍ରୀ । ଏହା ସହିତ ପଇସା ଦେଇଥିବା ସମସ୍ତ ହିତାଧିକାରୀଙ୍କୁ ତାଙ୍କ ପଇସା ଫେରାଇବା ପାଇଁ ମଧ୍ୟ କେନ୍ଦ୍ରମନ୍ତ୍ର୍ରୀ ନିର୍ଦ୍ଦେଶ ଦେଇଥିଲେ । ଦେଖନ୍ତୁ ଭିଡିଓ…..

Get real time updates directly on you device, subscribe now.