fbpx

ପୁଣି ବଢ଼ିଲା ତୈଳଦର: ପେଟ୍ରୋଲ ଲିଟର ପିଛା ପୁଣି ୩୫ ପଇସା ବୃଦ୍ଧି

ଭୁବନେଶ୍ୱର(ଓଡିଶା ଭାସ୍କର): ତୈଳ ଦରରେ ଲାଗୁନାହିଁ ଲଗାମ । ଆଜି ପୁଣି ପେଟ୍ରୋଲ ଦର ବୃଦ୍ଧି ପାଇଥିବା ବେଳେ ଡିଜେଲ ଦର ଅପରିବର୍ତ୍ତିତ ରହିଛି। ଗତକାଲି ଡିଜେଲ ଦର ଭୁବନେଶ୍ୱରରେ ଲିଟର ପିଛା ୧୦୭ ଟଙ୍କା ୩୮ ପଇସା ଥିଲା ଆଜିବି ସମାନ ରହିଛି। ସେଥିରେ କୌଣସି ପରିବର୍ତନ ଅଣାଯାଇନାହିଁ । କିନ୍ତୁ ପେଟ୍ରୋଲ ଲିଟର ପିଛା ପୁଣି ୩୫ ପଇସା ବୃଦ୍ଧି ପାଇଛି। ଫଳରେ ଗତକାଲି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୧୦ଟଙ୍କା ୬୮ପଇସା ଥିବା ବେଳେ ଆଜି ତାହା ବୃଦ୍ଧି ପାଇ ୧୧୧ ଟଙ୍କା ୦୩ ପଇସାକୁ ହୋଇଯାଇଛି ।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ବୃଦ୍ଧି ପାଇବା କାରଣରୁ ଦେଶରେ ହୁ ହୁ ହୋଇ ପେଟ୍ରୋଲ- ଡିଜେଲ ଦର ବଢ଼ିଚାଲିଛି । ତେଲରୁ ସରକାର ଆଦାୟ କରୁଥିବା ଟିକସ ସାଧାରଣ ଲୋକଙ୍କୁ ଅଣନିଶ୍ୱାସୀ କରିଦେଇଛି । ବିଶ୍ୱ ବଜାରକୁ ଦେଖି ତୈଳ ଦର ନିୟନ୍ତ୍ରଣ ହେଉଥିବା ବେଳେ ସରକାର କିନ୍ତୁ ତୈଳରୁ ନିୟମିତ ଲାଭ କରିଚାଲିଛନ୍ତି । ପେଟ୍ରୋଲିୟମ ଉତ୍ପାଦ ଉପରେ ଏକ୍ସାଇଜ୍ ଡ୍ୟୁଟି ଭାବରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ଭାଗରେ ସରକାର ୪୩,୦୦୦ କୋଟି ଟଙ୍କା ଅଧିକ ଆୟ କରିଛନ୍ତି। ଗତ ୬ ମାସରେ କେନ୍ଦ୍ର ସରକାରଙ୍କ ଲାଭ ୧ ଲକ୍ଷ ୭୦ ହଜାର କୋଟି । ଗତ ଆର୍ଥିକ ବର୍ଷ ତୁଳନାରେ ୩୩ ପ୍ରତିଶତ ଅଧିକ ଟିକସ ସଂଗ୍ରହ କରିଛନ୍ତି କେନ୍ଦ୍ର ସରକାର ।

Get real time updates directly on you device, subscribe now.