fbpx

୨୮ ବର୍ଷ ପରେ ୧୦୦ କନନେଷ୍ଟବଳଙ୍କ ହେଲା ପ୍ରମୋସନ, ମାତ୍ର ଉପର ପୋଷ୍ଟରୁ ତଳ ପୋଷ୍ଟକୁ! ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ୧୦୦ ଜଣ ହାବିଲଦାର କନଷ୍ଟେବଳ ପୋଷ୍ଟକୁ ଅବନତି ହେବେ । ୧୯୯୩ ମସିହା ପରଠାରୁ ବଦଳି ହୋଇ ଅନ୍ୟ ଜିଲ୍ଲାକୁ ଯାଇଥିବା ପ୍ରାୟ ୨୫୦୦ ସିଭିଲ କନଷ୍ଟେବଳଙ୍କ ବଦଳି ନିର୍ଦ୍ଦେଶନାମାକୁ ଡେପୁଟେସନ ଭାବେ ଗ୍ରହଣ କରାଯିବ । ଏମାନେ ୨୮ ବର୍ଷ ପରେ ମୂଳ ଜିଲ୍ଲାକୁ ଫେରିଛନ୍ତି । ତେବେ ଏମାନଙ୍କ ମଧ୍ୟରେ ଥିବା ୧୦୦ କନଷ୍ଟେବଳ ପଦୋନ୍ନତି ପାଇ ହାବିଲଦାର ଓ ସିଆଇ ହାବିଲଦାର ହୋଇଛନ୍ତି । ଏମାନେ ହାବିଲଦାରର ତଳ ପାହ୍ୟା କନଷ୍ଟେବଳକୁ ଅବନତି ହୋଇଛନ୍ତି ।

ସୂଚନା ମୁତାବକ, ୨୦୦୬ରେ ଯେତେବେଳେ କନଷ୍ଟେବଳଙ୍କୁ ଗୋଟିଏ ଜିଲ୍ଲାକୁ ଅନ୍ୟ ଜିଲ୍ଲାକୁ ବଦଳି କରାଯାଇଥିଲା, ସେତେବେଳେ ଏହାକୁ ଜୋରଦାର ବିରୋଧ କରାଯାଇଥିଲା । କୋର୍ଟଙ୍କ ହସ୍ତକ୍ଷେପ ପରେ କନଷ୍ଟେବଳମାନେ ଜିଲ୍ଲା କ୍ୟାଡରର ହୋଇଥିବାରୁ ସେମାନଙ୍କୁ ଅନ୍ୟ ଜିଲ୍ଲାକୁ ବଦଳି କରାଯାଇପାରିବ ନାହିଁ ବୋଲି ସ୍ଥିର ହୋଇ ଡେପୁଟେସନ୍ ନିୟମ ଲାଗୁ ହୋଇଥିଲା । ଡେପୁଟେସନରେ ଅନ୍ୟ ଜିଲ୍ଲାକୁ ସର୍ବନିମ୍ନ ୩ ବଷ ର୍ଓ ସର୍ବାଧିକ ୭ ବର୍ଷ ପାଇଁ ଯାଇପାରିବେ । ଏହି ଅବଧି ପୂରଣ ପରେ ସମ୍ପୃକ୍ତ କନଷ୍ଟେବଳ ନିଜ ଜିଲ୍ଲାକୁ ଫେରିବେ । ତେବେ ୨୦୦୬ରୁ ୨୦୧୩ ମଧ୍ୟରେ ଯେଉଁ କନଷ୍ଟେବଳମାନେ ଅନ୍ୟ ଜିଲ୍ଲାକୁ ବଦଳି ହୋଇଥିଲେ, ସେମାନଙ୍କୁ ନିଜ ଜିଲ୍ଲାକୁ ଫେରିବା ପାଇଁ ପୋଲିସ ଡିଜି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହାଫଳରେ ପ୍ରାୟ ୨୫୦୦ କର୍ମଚାରୀ ମୂଳ ଜିଲ୍ଲାକୁ ଫେରିବାକୁ ଯାଉଥିବା ବେଳେ ହାବିଲଦାର, କ୍ରାଇମ ହାବିଲଦାର (ସିଆଇ) ପଦକୁ ପଦୋନ୍ନତି ପାଇଥିବା ୧୦୦ କର୍ମଚାରୀମାନେ ପୁଣି କନନେଷ୍ଟବଳକୁ ଫେରିଛନ୍ତି । ତେବେ ଏହାକୁ ନେଇ ହାବିଲଦାର ଓ ସିପାହି ଶାଖା ସଂଘ, ରାଜ୍ୟ ମହାସଂଘ ପକ୍ଷରୁ ଗଭୀର ଅସନ୍ତୋଷ ପ୍ରକାଶ କରାଯିବା ସହ ନିର୍ଦ୍ଦେଶନାମାର ପୁନଃବିଚାର କରିବାକୁ କୁହାଯାଇଛି ।

Get real time updates directly on you device, subscribe now.