fbpx

ଧନତେରସରେ ଆଜି ରାଶି ହିସାବରେ କିଣନ୍ତୁ ଏହି ଜିନିଷ, ବର୍ଷସାରା ରହିବ ନାହିଁ ଧନର ଅଭାବ

ଧନତେରସରେ ସପିଂ କରିବା ବହୁତ ଶୁଭ ହୋଇଥାଏ । କିନ୍ତୁ ଶୁଭ ମୁହୂର୍ତ୍ତରେ ଓ ରାଶି ହିସାବରେ କିଣିବା ଦ୍ୱାରା ତାହାର ଲାଭ ଦ୍ୱିଗୁଣିତ ହୋଇଯାଏ । ଆଜି ଧନତେରସରେ ଶୁଭ ତ୍ରିପୁଷ୍କର ଯୋଗ ଓ ଅମୃତ ଲାଭର ଯୋଗ ରହିଛି । ଏହା ବ୍ୟତୀତ ୩ ଗ୍ରହ ସୂର୍ଯ୍ୟ, ବୁଧ ଓ ମଙ୍ଗଳ ବି ତୁଳା ରାଶିରେ ରହିଛି । ଏପରି ପରିସ୍ଥିତିରେ ରାଶି ହିସାବରେ ସପିଂ କରିବା ଦ୍ୱାରା ଅତ୍ୟନ୍ତ ଶୁଭ ପ୍ରମାଣିତ ହେବ । ତେବେ ଆସନ୍ତୁ ଜାଣିବା ରାଶି ହିସାବରେ ଆଜି କ’ଣ କିଣିବା ଦ୍ୱାରା ଧନଲାଭ ହେବ?

ମେଷ: ମେଷ ରାଶିର ଲୋକମାନେ ସୁନାର ମୁଦ୍ରା, ଇଲେକ୍ଟ୍ରୋନିକ୍ ଉପକରଣ ମୋବାଇଲ୍, ଟିଭି ଇତ୍ୟାଦି କିଣନ୍ତୁ । ଏହି ରାଶିର ଲୋକେ ଧନତେରସରେ ଲାଲ ରଙ୍ଗର ଫଳ ଦାନ କରିବା ଦ୍ୱାରା ଶୁଭଫଳ ମିଳିଥାଏ ।

ବୃଷ: ବୃଷ ରାଶିର ଲୋକମାନେ ଆଜି ଧନତେରସରେ ସୁନା ମୁଦ୍ରା, ଲାପଟପ୍ କିମ୍ବା କମ୍ପ୍ୟୁଟର କିଣିପାରିବେ ।

ମିଥୁନ: ମିଥୁନ ରାଶିର ଲୋକମାନେ ଫ୍ରୁଡ ପ୍ରୋସେସର, ମିକ୍ସି, କେସର ଓ ବାସନ କିଣିବା ଉଚିତ୍ ।

କର୍କଟ: କର୍କଟ ରାଶିର ଲୋକମାନଙ୍କ ପାଇଁ ରୂପା ବାସନ, ମୋତିର ହାର ବା ରିଙ୍ଗ୍, ଘର ବା ଗାଡ଼ି କିଣିବା ଅତ୍ୟନ୍ତ ଶୁଭ । ଏହା ବ୍ୟତୀତ ଆପଣ ଫ୍ରିଜ୍, ୱାଟର ପ୍ୟୁରିଫାୟର୍ କିମ୍ବା ୱାଟର କୁଲର ମଧ୍ୟ କିଣିପାରିବେ ।

ସିଂହ: ସିଂହ ରାଶିର ଲୋକମାନେ ଯଦି ଆଜିର ଦିନରେ ସୁନା ଅଳଙ୍କାର କିମ୍ବା ସୁନା ମୁଦ୍ରା କିଣନ୍ତି, ତେବେ ବର୍ଷସାରା ସୁଖ ଏବଂ ସମୃଦ୍ଧି ପାଇବେ । ଏହି ଲୋକମାନେ ଆଜି ମହୁ ବା ଖଜୁର କାହାକୁ ଉପହାର ଭାବେ ଦେବା ଉଚିତ୍ ।

କନ୍ୟା: କନ୍ୟା ରାଶିର ଲୋକେ ନୂଆ ମୋବାଇଲ, ବ୍ରଡ ବ୍ୟାଣ୍ଡ କନେକ୍ସନ୍, ଟିଭି ତଥା ସଞ୍ଚାର ସମ୍ବନ୍ଧୀୟ ଉପକରଣ, ଷ୍ଟିଲ ବାସନ ଓ ଘର ଉପକରଣ ଆଦି କିଣିପାରିବେ । କିନ୍ତୁ ଆଜି କାହାଠାରୁ କରଜ କରି ବା କ୍ରେଡିଟ କାର୍ଡରୁ କିଣନ୍ତୁ ନାହିଁ ।

ତୁଳା: ତୁଳା ରାଶିର ଲୋକମାନେ ଆଜି ରୂପା ବାସନ, ପରଫ୍ୟୁମ୍ କିଣିପାରିବେ । ରିଅଲ ଇଷ୍ଟେଟରେ ନିବେଶ କରିବା ବି ଏହି ରାଶିର ଲୋକମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ।

ବିଛା: ଏହି ରାଶିର ଲୋକେ ଇଲେକ୍ଟ୍ରୋନିକ୍ ସାମଗ୍ରୀ, ତମ୍ବା ବାସନ, ସାଜସଜ୍ଜା ସାମଗ୍ରୀ କିଣି ପାରିବେ । ଯେଉଁ ସାମଗ୍ରୀ କିଣୁଛନ୍ତି, ତାହା ଲାଲ ରଙ୍ଗର ହୋଇଥିଲେ ଭଲ ।

ଧନୁ : ଆଜି ଧନୁ ରାଶିର ଲୋକମାନେ ମା’ ଲକ୍ଷ୍ମୀଙ୍କ ପ୍ରତିମା ଥିବା ସୁନା ମୁଦ୍ରା ବା ଲକ୍ଷ୍ମୀଙ୍କ ମୂର୍ତ୍ତି କିଣି ପୂଜା କରିବା ଉଚିତ୍ । ବର୍ଷସାରା ମା’ଙ୍କୁ ପୂଜା କରନ୍ତୁ, ଫଳରେ ଆପଣଙ୍କୁ ବହୁତ ଲାଭ ମିଳିବ ।

ମକର: ମକର ରାଶିର ଲୋକମାନେ ସମ୍ପତ୍ତି କିଣିପାରିବେ । ଏହା ବ୍ୟତୀତ ଗାଡ଼ି, ବିଜୁଳିର ସାମଗ୍ରୀ କିଣିପାରିବେ । ଏହା କଳା ରଙ୍ଗର ହୋଇଥିଲେ ଭଲ ।

କୁମ୍ଭ: କୁମ୍ଭ ରାଶିର ଲୋକମାନେ ଲୁହାର କଢ଼େଇ, କୁକର, ଟିଭି, ଗାଡ଼ି କିଣିପାରିବେ । ଏହି ସାମଗ୍ରୀ କଳା, ନୀଳ ବା ସବୁଜ ରଙ୍ଗର ହୋଇଥିଲେ ବହୁତ ଲାଭଦାୟକ ହୋଇଥାଏ ।

ମୀନ: ଏହି ରାଶିର ଲୋକମାନେ ଯଦି ଘର ବା ଫ୍ଲାଟ ନେଇଛନ୍ତି, ତେବେ ଆଜି ଏଥିରେ ରହିବା ଅତ୍ୟନ୍ତ ଶୁଭ ବୋଲି ପ୍ରମାଣିତ ହେବ । ଏହା ବ୍ୟତୀତ ସମ୍ପତ୍ତିରେ ଯେକୌଣସି ପ୍ରକାରର ନିବେଶ କରିବା ଲାଭଦାୟକ ହୋଇଥାଏ । ଆପଣ ତମ୍ବା ବାସନ ମଧ୍ୟ କିଣିପାରିବେ ।

Get real time updates directly on you device, subscribe now.