ନୂଆଦିଲ୍ଳୀ: ମିଲିଟାରୀ ହସ୍ପିଟାଲ ଉପରେ ଏକ ଭୟଙ୍କର ଆକ୍ରମଣରେ ୧୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆଫଗାନିସ୍ତାନର ସର୍ବବୃହତ ମିଲିଟାରୀ ହସ୍ପିଟାଲରେ ଆକ୍ରମଣ ଘଟିବା ସହିତ ୧୯ ପ୍ରାଣହାନି ଘଟିଛି । କାବୁଲର ମଧ୍ୟଭାଗରେ ରହିଥିବା ସର୍ଦ୍ଦାର ମହମ୍ମଦ ଦାଉଦ ଖାନ୍ ହସ୍ପିଟାଲରେ ଏହି ବିସ୍ଫୋରଣ ଘଟିବା ସହିତ ଗୁଳିଚାଳନା କରିଥିଲେ ।
ଏହି ଆକ୍ରମଣରେ ଅତ୍ୟାଧୁନିକ ଆଇଇଡି ବିସ୍ଫୋରକ ବ୍ୟବହୃତ ହୋଇଥିବା ବେଳେ କୌଣସି ଆତଙ୍କୀ ସଙ୍ଗଠନ ନିଜକୁ ଦାୟୀ କରି ନାହାନ୍ତି ।