fbpx

ସମଗ୍ର ବିଶ୍ୱରେ ବ୍ୟବହୃତ ହେବ କୋଭାକ୍ସିନ୍: ମଞ୍ଜୁରୀ ପ୍ରଦାନ କଲା WHO

ନୂଆଦିଲ୍ଳୀ: ସମଗ୍ର ବିଶ୍ୱରେ ଏଣିକି ବ୍ୟବହୃତ ହେବ ଭାରତୀୟ ସ୍ୱଦେଶୀ ଟିକା କୋଭାକ୍ସିନ୍ । ପୂର୍ବରୁ ସମଗ୍ର ବିଶ୍ୱରେ କୋଭାକ୍ସିନ ବ୍ୟବହାର ପାଇଁ ଅନୁମତି ମଗା ଯାଇଥିଲା । ବୁଧବାର ଏକ ସମୀକ୍ଷା ବୈଠକ ପରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଏହି ଅନୁମତି ପ୍ରଦାନ କରାଯାଇଛି । ୧୮ ବର୍ଷରୁ ଅଧିକ ବୟସ୍କଙ୍କ କ୍ଷେତ୍ରରେ ଜରୁରୀ କାଳୀନ ବ୍ୟବହାର ପାଇଁ ଏହି ଅନୁମତି ମିଳିଛି । ଭାରତରେ ନିର୍ମିତ ପ୍ରଥମ ସମ୍ପୂର୍ଣ୍ଣ ସ୍ୱଦେଶୀ ଟିକା ଭାବରେ କୋଭାକ୍ସିନକୁ ଅନୁମତି ମିଳିଛି ।

ଏହି ଟିକାକୁ ଅନୁମତି ମିଳିବା ଫଳରେ କୋଭାକ୍ସିନ ନେଇଥିବା ଦେଶବାସୀଙ୍କ ବିଦେଶ ଯାତ୍ରା ଉପରେ କୌଣସି କଟକଣା ରହିବ ନାହିଁ । ପୂର୍ବରୁ କୋଭାକ୍ସିନ ନେଇଥିବା ଲୋକଙ୍କ ବିଦେଶ ଯାତ୍ରା ଉପରେ କଟକଣା ରହିଥିଲା । ଆଇସିଏମଆର ପକ୍ଷରୁ ଏହି ଟିକାକୁ ମଞ୍ଜୁରୀ ପ୍ରଦାନ ପାଇଁ ବିଗତ ଏକ ମାସ ହେବ ପ୍ରୟାସ ଜାରି ରହିଥିଲା ।

Get real time updates directly on you device, subscribe now.