fbpx

୯,୪୫୦ ଟଙ୍କାରେ 50MP କ୍ୟାମେରା ସ୍ମାର୍ଟଫୋନ, ଜାଣନ୍ତୁ କେମିତି କିଣିବେ

ଭୁବନେଶ୍ୱର: Flipkartରେ ଆଜି ଦୀପାବଳୀ ସେଲ୍ ର ଶେଷ ଦିନ । ଦୀପାବଳୀ ସେଲ୍ ରେ ଅନେକ ପ୍ରୋଡକ୍ଟ ଉପରେ ଆକର୍ଷଣୀୟ ଡିସ୍କାଉଣ୍ଟ ମଧ୍ୟ ମିଳୁଛି । ଏଭଳି ଏକ ଆକର୍ଷଣୀୟ ଡିଲ Realmeର ବଜେଟ୍ ସ୍ମାର୍ଟଫୋନ ଉପରେ ଦିଆଯାଉଛି । ଏହି ଫୋନ 6000 mAhର ବ୍ୟାଟେରୀ ଏବଂ 50 MPର AI ଟ୍ରିପଲ କ୍ୟାମେରା ସେଟଅପ ରହିଛି ।

Realme Narzo 50Aର ଏହି ବଜେଟ ଫୋନ ଉପରେ ଫ୍ଲିପକାର୍ଟ ରେ ଭଲ ଡିଲ୍ ମିଳୁଛି । ଭାରତରେ ଏହି ସ୍ମାର୍ଟଫୋନର ୪ଜିବି +୬୪ ଜିବି ଭାରିଏଣ୍ଟକୁ ୧୧,୪୯୯ ଟଙ୍କା ଏବଂ ୪ ଜିବି +୧୨୮ ଜିବି ଭାରିଏଣ୍ଟକୁ ୧୨,୪୯୯ ଟଙ୍କାରେ ଲଞ୍ଚ କରାଯାଇଥିଲା ।

ତେବେ ବର୍ତ୍ତମାନ ଫ୍ଲିପକାର୍ଟରେ ୪ଜିବି+୬୪ଜିବି ଭାରିଏଣ୍ଟକୁ ୧୦,୪୯୯ ଏବଂ ୪ଜିବି ୧୨୮ ଜିବି ମଡେଲକୁ ୧୦,୯୯୯ ଟଙ୍କାରେ କିଣିପାରିବେ । ଏହା ସହ ଗ୍ରାହକ ଏସବିଆଇ କ୍ରେଡିଟ କାର୍ଡ/ ଇଏମଆଇ ଟ୍ରାନ୍ଜାକ୍ସନରେ ମଧ୍ୟ ୧,୦୪୯ ଟଙ୍କାର ଡିସ୍କାଉଣ୍ଟ ବି ମିଳିବ । ଏହି ଡିସ୍କାଉଣ୍ଟ ପରେ ଫୋନର ଦାମ ୯,୪୫୦ ହେବ । ଅର୍ଥାତ ୯,୪୫୦ଟଙ୍କାରେ ୫୦ ମେଗାପିକ୍ସଲର କ୍ୟାମେରା । ଏହି ଫୋନ ଅକ୍ସିଜେନ ବ୍ଲୁ ଏବଂ ଅକ୍ସିଜେନ ଗ୍ରୀନ କଲର ଅପ୍ସନରେ ଉପଲବ୍ଧ ।

ଏମିତି ରହିଛି ସ୍ପେସିଫିକେସନ;

ଏହି ଫୋନ Andriod 11 ଏବଂ Realme UI 2.0 ଦ୍ୱାରା ପରିଚାଳିତ । ଏଥିରେ 6.5inchର HD+ ଡିସପ୍ଲେ ଦିଆଯାଇଛି । ଏଥିରେ 18W ର ଫାଷ୍ଟ ଚାର୍ଜିଂ ସପୋର୍ଟ ସହ 6000 mAh ବ୍ୟାଟେରୀ ଦିଆଯାଇଛି । ଫୋନରେ MediaTek Helio G85 ପ୍ରୋସେସର ରହିଛି, ARM Mali-G52 ଜିପିୟୁ ରହିଛି । ଫଟୋଗ୍ରାଫୀ ପାଇଁ ଫୋନରେ 50 MPର ପ୍ରାଇମେରୀ କ୍ୟାମେରା, 2 MPର Potrait Lens ଏବଂ 2 MPର ମାକ୍ରୋ କ୍ୟାମେରା ଦିଆଯାଇଛି । ସେହିଭଳି ସେଲ୍ଫୀ ପାଇଁ 8MPର ଫ୍ରଣ୍ଟ କ୍ୟାମେରା ରହିଛି । କନେକ୍ଟିଭିଟି ପାଇଁ ଫୋନରେ Dual 4G, USB Type-C, Dual Band Wifi, GPS, Bluetooth v5 ଭଳି ଫିଚର୍ସ ରହିଛି ।

Get real time updates directly on you device, subscribe now.