fbpx

ସୁସ୍ଥ ପରେ ବି କରୋନା ଟେଷ୍ଟ ପଜିଟିଭ୍ ଆସିଲେ କିପରି କରିବେ ଯାତ୍ରା? ସରକାର ଖୋଜିଲେ ରାସ୍ତା

ବେଙ୍ଗାଲୁରୁ: କରୋନା ମହାମାରୀ ଯେତେ ଜଟିଳ ସେତେ ବ୍ୟାପକ, ଏହାର ଲକ୍ଷଣ ବି ସେପରି ରହିଛି । ମହାମାରୀ ସହ ଜଡ଼ିତ ଏକ ସମସ୍ୟା ହେଉଛି କି, କରୋନାରୁ ସୁସ୍ଥ ହେବା ପରେ ବି ଲୋକଙ୍କର ଆରଟି-ପିସିଆର ରିପୋର୍ଟ ପଜିଟିଭ୍ ଆସୁଛି । ଏହି କାରଣରୁ ଲୋକମାନେ ବିମାନ ଯାତ୍ରା କରିପାରୁ ନାହାନ୍ତି । କାହିଁକି ନା ବିମାନ ଯାତ୍ରାଗୁଡ଼ିକରେ ଆରଟି-ପିସିଆର ଟେଷ୍ଟର ରିପୋର୍ଟ ନେଗେଟିଭ୍ ହେବା ଜରୁରୀ । ଏବେ ଏହି ସମସ୍ୟାର ସମାଧାନ କର୍ଣ୍ଣାଟକ ସରକାର ଖୋଜିଛନ୍ତି ।

କରୋନା ଉପରେ ରାଜ୍ୟର ବୈଷୟିକ ପରାମର୍ଶଦାତା କମିଟି କହିଛି ଯେ, ‘ଏପରି ଲୋକଙ୍କୁ କ୍ଲିନିକାଲ ରିପୋର୍ଟ ଦେଖାଇବାକୁ ପଡିବ, ଯାହା ଦର୍ଶାଇବ କି ତାଙ୍କଠାରେ କରୋନାର କୌଣସି ଲକ୍ଷଣ ନାହିଁ ।’ କମିଟି ଅନୁସାରେ, ଏହି କ୍ଲିନିକାଲ ରିପୋର୍ଟକୁ କେବଳ ତାଲିମପ୍ରାପ୍ତ ଡାକ୍ତରଙ୍କ ଦ୍ୱାରା ପ୍ରସ୍ତୁତ କରିବାକୁ ପଡ଼ିବ । ଏହି ରିପୋର୍ଟ ଆଧାରରେ ଆରଟି-ପିସିଆର ଟେଷ୍ଟ ପଜିଟିଭ ଆସିଲେ ବି ଲୋକଙ୍କୁ ଯାତ୍ରା କରିବାର ଅନୁମତି ଦିଆଯିବ । ଏହି ସୁବିଧା କେବଳ ସେହି ଲୋକଙ୍କ ପାଇଁ ଜାରି ହେବ, ଯେଉଁମାନେ କରୋନାରୁ ସୁସ୍ଥ ହୋଇଛନ୍ତି କିନ୍ତୁ ସେମାନଙ୍କ ରିପୋର୍ଟ ଏପର୍ଯ୍ୟନ୍ତ ପଜିଟିଭ୍ ଆସୁଛି ।

Get real time updates directly on you device, subscribe now.