fbpx

ସ୍କଟଲାଣ୍ଡ ବିପକ୍ଷରେ ଭାରତର ଚମତ୍କାର ବିଜୟ; ରନରେଟ୍ ସହ ବଢ଼ିଲା ସେମିଫାଇନାଲ ଆଶା

ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ଭାରତ ନିଜର ଦ୍ୱିତୀୟ ବିଜୟ ହାସଲ କରିଛି । ଦୁଇ ଓପନରଙ୍କ ଧୂଆଁଧାର ବ୍ୟାଟିଂ ଫଳରେ ଭାରତ ସ୍କଟଲାଣ୍ଡକୁ ୮ ୱିକେଟରେ ହରାଇଛି । ୮୬ ରନର ବିଜୟ ଲକ୍ଷ୍ୟକୁ ଭାରତ ମାତ୍ର ୬ ଓଭରରେ ହାସଲ କରିଛି । ଏହା ସହ ଭାରତ ନିଜର ରନରେଟକୁ ସୃଦୃଢ଼ କରିବା ସହ ସେମିଫାଇନାଲ ଆଶା ଉଜ୍ଜୀବିତ କରିଛି ।

କେଏଲ ରାହୁଲ ୪ଟି ଛକା ଏବଂ ୩ଟି ଚଉକା ସହ ୧୯ ବଲରେ ୫୦ ରନ୍ ସଂଗ୍ରହ କରି ଆଉଟ ହୋଇଥିଲେ । ସେହିପରି ରୋହିତ ଶର୍ମା ୫ଟି ଚଉକା ଏବଂ ଗୋଟିଏ ଛକ୍କା ସହ ୧୬ ବଲରେ ୩୦ ରନ କରି ଆଉଟ ହୋଇଥିଲେ । ଅଧିନାୟକ କୋହଲି ୨ ବଲରେ ୨ ରନ  ଏବଂ ସୂର୍ଯ୍ୟକୁମାର ଯାଦବ ୨ ବଲରେ ୬ ରନ କରି ଅପରାଜିତ ରହିବା ସହ ଭାରତକୁ ମ୍ୟାଚ ବିଜୟୀ କରାଇଥିଲେ ।

ଟସ ହାରି ପ୍ରଥମେ ବ୍ୟାଟିଂ କରି ସ୍କଟଲ୍ୟାଣ୍ଡ ୮୫ ରନ୍ କରି ଅଲ ଆଉଟ୍ ହୋଇଥିଲା । ସ୍କଟଲ୍ୟାଣ୍ଡ ପାଇଁ ଜର୍ଜ ମନସୀ ସର୍ବାଧିକ ୨୪ ରନ୍ ସ୍କୋର କରିଥିଲେ । ଭାରତ ପାଇଁ ରବିନ୍ଦ୍ର ଜାଡେଜା ଏବଂ ମହମ୍ମଦ ଶାମି ପ୍ରତ୍ୟେକ ୩ ୱିକେଟ୍ ନେଇଥିଲେ । ଚମତ୍କାର ବୋଲିଂ ପାଇଁ ରବିନ୍ଦ୍ର ଜାଡେଜାଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ଘୋଷଣା କରାଯାଇଛି ।

Get real time updates directly on you device, subscribe now.