fbpx

ସ୍ମାର୍ଟଫୋନରେ ବି ଉଠାଇପାରିବେ ଡିଏସଏଲଆର ଭଳି ଫଟୋ, କରନ୍ତୁ ଏମିତି

ଭୁବନେଶ୍ୱର: ସାଧାରଣତଃ ଫଟୋଉଠାଇବାକୁ ସମସ୍ତେ ଦାମୀ ଫୋନ ତଥା ଡିଏସଏଲଆର କ୍ୟାମେରା ଦରକାର ବୋଲି ଅନେକଙ୍କର ଧାରଣା ଥାଏ । କିନ୍ତୁ କ’ଣ ଆପଣ ଜାଣନ୍ତି ବିନା ଡିଏସଏଲଆର କ୍ୟାମେରାରେ ମଧ୍ୟ ଭଲ ଫଟୋ ଉଠାଇପାରିବେ । ତେବେ ଆସନ୍ତୁ ଜାଣିବା କିଛି ଟିପ୍ସ ଉପରେ ଯାହା ଦ୍ୱାରା ଆପଣ ସ୍ମାର୍ଟଫୋନରେ ମଧ୍ୟ ଭଲ ଫଟୋ ଉଠାଯାଇପାରିବ ।

ଧ୍ୟାନ ଦିଅନ୍ତୁ ଏହି ଦିଗ ଉପରେ :

ରାତିରେ ଫଟୋ ଉଠାଉଥିବା ସମୟରେ ଫ୍ଲାସ୍ ଲାଇଟ୍ ବଦଳରେ ନାଇଟ ମୋଡ୍ ର ବ୍ୟବହାର କରନ୍ତୁ । ସବୁବେଳେ ସ୍ମାର୍ଟଫୋନ କ୍ୟାମେରାକୁ ଜୁମ୍ କରି ଫଟୋ ଉଠାନ୍ତୁନାହିଁ । ମୋସନ ଟ୍ରାକ, ଶଟର ସ୍ପିଡକୁ ବଢ଼ାଇ ଭଲ ଫଟୋ ଉଠାଇପାରିବେ । ଭଲ ଫଟୋଗ୍ରାଫୀ ପାଇଁ କ୍ୟାମେରାରେ ଥିବା ମ୍ୟାନୁଆଲ ତଥା ପ୍ରୋ ମୋଡ୍ ର ବ୍ୟବହାର କରିପାରିବେ । ଏକ୍ସପୋଜର, ସଟର ସ୍ପିଡ ସେଟ୍ କରି ବଢ଼ିଆ ଫଟୋ ଉଠାଯାଇପାରିବ । ଫୋନରେ ବୁଖେ ମୋଡ୍ ର ବ୍ୟବହାର କରିପାରିବେ । ବ୍ୟାକଗ୍ରାଉଣ୍ଡ ବ୍ଲର କରି ସବଜେକ୍ଟର ଭଲ ଫଟୋ ନେଇପାରିବେ । ଫଟୋ ଉଠାଉଥିବା ସମୟରେ ଫ୍ରେମ୍ ର ମଧ୍ୟ ଧ୍ୟାନ ରଖନ୍ତୁ । ଗ୍ରୁପ୍ ଫଟୋ ନେବା ପୂର୍ବରୁ ଏକ୍ସପୋଜରର ଧ୍ୟାନ ରଖନ୍ତୁ । ଫୋକସ୍, ଡିଫୋକସର ସାବଧାନର ସହ ବ୍ୟବହାର କରନ୍ତୁ ।

Get real time updates directly on you device, subscribe now.