fbpx

ଭାରତୀୟ ମତ୍ସଜୀବୀଙ୍କୁ ଗୁଳିମାରି ପାକିସ୍ତାନ କଲା ବଡ଼ ଭୁଲ୍, ଏବେ ଦେଶ ନେବ କଡ଼ା ପଦକ୍ଷେପ

ନୂଆଦିଲ୍ଲୀ: ଗୁଜୁରାଟ ଉପକୂଳବର୍ତ୍ତୀ ଆରବ ସାଗରରେ ଥିବା ଆନ୍ତର୍ଜାତୀୟ ସାମୁଦ୍ରିକ ସୀମା ନିକଟରେ ପାକିସ୍ତାନୀ ସାମୁଦ୍ରିକ ସୁରକ୍ଷା ଏଜେନ୍ସି (ପିଏମଏସଏ) କର୍ମଚାରୀ ଗୋଟିଏ ବୋଟ୍ କୁ ଗୁଳି ମାରିଛନ୍ତି । ଯାହାଫଳରେ ଏଥିରେ ମହାରାଷ୍ୟ୍ରର ଜଣେ ମତ୍ସଜୀବୀଙ୍କ ମୃତ୍ୟୁ ହୋଇଯାଇଛି । ସେହିପରି ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ତେବେ ଏହାକୁ ନେଇ ମାହୋଲ ତୀବ୍ର ହେବାରେ ଲାଗିଛି । ବର୍ତ୍ତମାନ ଭାରତ ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇଛି। ତେବେ ପାକିସ୍ତାନୀ ଯବାନଙ୍କ ଦ୍ୱାରା ହୋଇଥିବା ଭାରତୀୟ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ମାମଲା କୁ କୂଟନୈତିକ ସ୍ତରରେ ଉଠାଇବ ଭାରତ ଏବଂ ଏହାର ବିରୋଧ ମଧ୍ୟ କରିବ।

ସୂତ୍ରରୁ ପ୍ରକାଶ ଯେ ଏହି ଘଟଣାର ଅନୁସନ୍ଧାନ କରାଯାଉଛି ଏବଂ ଆଗକୁ ଏହାର ଅଧିକ ବିବରଣୀ ଦିଆଯିବ। ଶନିବାର ଦିନ ଗୁଜୁରାଟ ଉପକୂଳବର୍ତ୍ତୀ ଆରବ ସାଗରରେ ମହାରାଷ୍ଟ୍ରର ଜଣେ ମତ୍ସ୍ୟଜୀବୀଙ୍କର ମୃତ୍ୟୁ ଘଟିଛି ଏବଂ ତାଙ୍କର ଅନ୍ୟ ଜଣେ ସହଯୋଗୀ ପାକିସ୍ତାନର ସାମୁଦ୍ରିକ ସୀମା ସୁରକ୍ଷା ଏଜେନ୍ସି ଦ୍ୱାରା ଗୁଳି ଚଳାଯାଇଥିବାରୁ ଆହତ ହୋଇଛନ୍ତି। ରବିବାର ଦିନ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଏହି ଘଟଣା ଶନିବାର ରାତି ପ୍ରାୟ ୪ ଟା ସମୟରେ ଅନ୍ତର୍ଜାତୀୟ ସାମୁଦ୍ରିକ ସୀମା ରେଖା ନିକଟରେ ଘଟିଛି ।

ତେବେ ଏହି ମତ୍ସଜୀବୀଙ୍କ ନାମ ଶ୍ରୀଧର ରମେଶ ହୋଇଥିବା ଜଣାପଡ଼ିଛି । ତେବେ ଅନ୍ୟ ଜଣେ ଆହତ ହୋଇଥିବା ମତ୍ସଜୀବୀଙ୍କୁ ଗୁଜୁରାଟ ଓଖାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ରିପୋର୍ଟ ଅନୁସାରେ ମାଛ ଧରିବା ପାଇଁ ଡଙ୍ଗାରେ ୭ ଜଣ ଅକ୍ଟୋବର ୨୫ ତାରିଖରେ ସମୁଦ୍ର ଭିତରକୁ ଯାଇଥିଲେ ।

Get real time updates directly on you device, subscribe now.