fbpx

ଛାତ୍ରଛାତ୍ରୀଙ୍କ ପାଇଁ ମାଇକ୍ରୋସଫ୍ଟ ଆଣୁଛି ସ୍ୱତନ୍ତ୍ର ଲାପଟପ୍, ଜାଣନ୍ତୁ କଣ ରହିଛି ଖାସିୟତ୍

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ ପକ୍ଷରୁ ଆସନ୍ତାକାଲି ନିଜର ଏଜୁକେସନ୍ ଇଭେଣ୍ଟରେ ନୂତନ ସରଫେସ୍ ଲାପଟପ୍ ଲଞ୍ଚ କରିବାକୁ ଯାଉଛି । ନିଜର ଲାପଟପ୍ ସିରିଜ୍ କୁ ଆଗକୁ ବଢ଼ାଇବା ପାଇଁ ମାଇକ୍ରୋସଫ୍ଟ୍ ଖାସ୍ କରି ଛାତ୍ରଛାତ୍ରୀଙ୍କ ପାଇଁ ଏହି ଲାପଟପ୍ ଆଣୁଛି । କୁହାଯାଉଛି ଏହି ଲାପଟପ୍ ବର୍ତ୍ତମାନର ସରଫେସ୍ ଲାପଟପ୍ ଗୋ ଠାରୁ ଛୋଟ ।

ତେବେ ମାଇକ୍ରୋସଫ୍ଟ ନିଜର ଏହି ଡିଭାଇସ୍ କୁ କୋଡନେମ୍ “Tenjin” ଦିଆଯାଇଛି । ଏହି ଲାପଟପ୍ ର ଡିସପ୍ଲେ ୧୧.୬ ଇଞ୍ଚର ହୋଇଥିବା ଜଣାପଡ଼ିଛି । ଖାଲି ସେତିକି ନୁହେଁ ଏଥିରେ ୧୩୬୬x୭୬୮ ରିଜଲ୍ୟୁସନ୍ ଦିଆଯିବା ସହିତ ୮ଜିବି ରାମ୍ ଦିଆଯାଇଛି । କ୍ଲାସରୁମ୍ ରେ ଛାତ୍ରଛାତ୍ରୀଙ୍କ ପାଇଁ ଏହି ଲାପଟପ୍ ଅନେକ କାମରେ ଆସିପାରେ ବୋଲି ମାଇକ୍ରୋସଫ୍ଟ ମତ ପ୍ରକାଶ କରିଛି ।

ଏହାର ଦାମ୍ ୪୦୦ ଡଲାର୍ ଅର୍ଥାତ୍ ପାଖାପାଖି ୩୦ ହଜାର ଟଙ୍କା ରହିବ । ଏହା ବଜାରରେ କ୍ରୋମବୁକ୍ କୁ ଟକ୍କର ଦେଇପାରେ । ବଜାରରେ ଅନେକ ଗୁଡ଼ିଏ କମ୍ପାନୀର ଲାପଟବ୍ ଉପଲବ୍ଧ ରହିଛି । କିନ୍ତୁ ମାଇକ୍ରୋସଫ୍ଟର ସବୁଠାରୁ ବଡ଼ ପ୍ରତିଯୋଗୀ ହେଉଛି କ୍ରୋମବୁକ୍ ।

Get real time updates directly on you device, subscribe now.