fbpx

ଏଲପିଜି ସିଲିଣ୍ଡର ପାଇଁ ଦେବାକୁ ପଡିବ ୧୦୦୦ ଟଙ୍କା! ଜାଣନ୍ତୁ କ’ଣ ରହିଛି ସରକାରଙ୍କ ଯୋଜନା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଏକ ଆଭ୍ୟନ୍ତରୀଣ ଆକଳନରୁ ସଙ୍କେତ ମିଳୁଛି, ଏଲପିଜି ସିଲିଣ୍ଡର ପାଇଁ ଗ୍ରାହକଙ୍କୁ ପ୍ରତି ସିଲିଣ୍ଡର ପିଛା ୧୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିପାରେ । ତେବେ କେନ୍ଦ୍ର ସରକାର ରୋଷେଇ ଗ୍ୟାସ ସିଲିଣ୍ଡର ଉପରେ ମିଳୁଥିବା ସବସିଡିକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିପାରନ୍ତି । ଅବଶ୍ୟ ଏହି ବିଷୟରେ ସରକାରଙ୍କ ପକ୍ଷରୁ କିଛି ସ୍ପଷ୍ଟ ଭାବେ କୁହାଯାଇନାହିଁ ।

ମୋଦୀ ସରକାର ଏଲପିଜି ସିଲିଣ୍ଡର ଉପରେ ସବସିଡିକୁ ନେଇ ଅନେକ ଥର ଆଲୋଚନା କରିଛନ୍ତି, କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ଯୋଜନା ହୋଇନାହିଁ । ରିପୋର୍ଟ ମୁତାବକ, ସରକାରଙ୍କ ପାଖରେ ୨ ଟି ବିକଳ୍ପ ରହିଛି । ପ୍ରଥମେ, ସବସିଡି ବିନା ସିଲିଣ୍ଡର ଯୋଗାଣ । ଦ୍ୱିତୀୟରେ, କିଛି ଗ୍ରାହକଙ୍କୁ ସିଲିଣ୍ଡର ଦାମରେ ରିହାତି ବା ଫାଇଦା ଦେବା ।

ତେବେ ଏଲପିଜି ସିଲିଣ୍ଡର ଉପରେ ସବିସିଡିକୁ ନେଇ ସରକାର କିଛି ସ୍ପଷ୍ଟ ଭାବେ କହିନାହାନ୍ତି । ରିପୋର୍ଟ ମୁତାବକ, ୧୦ ଲକ୍ଷ ଟଙ୍କା ବାର୍ଷିକ ଆୟର ନିୟମ ଲାଗୁ ରଖାଯିବ । ଏହା ବ୍ୟତୀତ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ସବସିଡିର ଲାଭ ଦିଆଯିବ । ବଳକା ଲୋକଙ୍କ ପାଇଁ ସବିସିଠିର ଲାଭ ବନ୍ଦ ହୋଇପାରେ ।୨୦୨୧ ଆର୍ଥିକ ବର୍ଷରେ ଏଲପିଜି ସବସିଡି ପାଇଁ କେନ୍ଦ୍ର ସରକାର ୩,୫୫୯ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏଥି ସହିତ ୨୦୨୦ ଆର୍ôଥକ ବର୍ଷରେ ଏହି ଖର୍ଚ୍ଚ ୨୪,୪୬୮ କୋଟି ଟଙ୍କା ଥିଲା । ଏହି ଖର୍ଚ୍ଚ ଡିବିଟି ଯୋଜନା ଅଧୀନରେ କରାଯାଇଥିଲା ।

Get real time updates directly on you device, subscribe now.