fbpx

ଟ୍ରକ ଡ୍ରାଇଭରଙ୍କୁ ଭୁଜାଲି ଦେଖାଇ ଲୁଟ୍ ଘଟଣା, ଆଉ ଏକ ଲୁଟ୍ ଉଦ୍ୟମ ବେଳେ ୫ ଲୁଟେରାଙ୍କୁ ମାଡ଼ି ବସିଲା ପୋଲିସ

ଯୋଡା (ଭାସ୍କର ନ୍ୟୁଜ): ଯୋଡା ଖଣି ଅଞ୍ଚଳରେ ଟ୍ରକ ଚାଳକଙ୍କୁ ଭୁଜାଲି ଦେଖାଇ ଟ୍ରକରୁ ଲୁଟ ଏକ ସାଧାରଣ ଘଟଣା ପାଲଟିଛି । ଗତ ୪ ତାରିଖ ରାତିରେ ଯୋଡା-ବାମେବାରୀ ରାସ୍ତାରେ ଯୋଡା ପଟୁ ଆସୁଥିବା ଏକ ଟ୍ରକର ଚାଳକଙ୍କୁ ଜୁରୁଡିସ୍ଥିତ କ୍ରେଚ ହାଟିଂ ନିକଟରେ ଅଟକାଇ ଛୁରି, ଭୁଜାଲି ଦେଖାଇ କେତେ ଜଣ ଦୁର୍ବୁତ୍ତ ତାଙ୍କ ଠାରୁ ନଗଦ ୫ ହଜାର ଟଙ୍କା ଏବଂ ମୋବାଇଲ ଲୁଟି ନେଇଥିଲେ । ଏହି ଘଟଣାରେ ସମ୍ପୃକ୍ତ ଟ୍ରକର ମାଲିକ ବାମେବାରୀ ଥାନାରେ ଏକ ଏତଲା ଦାୟର କରିଥିଲେ । ଏତଲାକୁ ଆଧାର କରି ପୁଲିସ ଲୁଟେରାମାନେ ସଂଘବଦ୍ଧ ଭାବେ ଆଉ ଏକ ଅପରାଧ ଘଟଇବାକୁ ଯୋଜନା କରୁଥିବା ବେଳେ ସେମାନଙ୍କୁ କାବୁ କରିନେଇଥିଲା । ସେମାନେ ଜୁରୁଡି ଏବଂ ନିୟୁ କଲୋନୀ ଅଞ୍ଚଳର ଗିଡୁ ମାଝୀ (୨୫), ଗୁରୁଚରଣ ତନ୍ତି (୩୯), ସନାତନ ମୁଣ୍ଡା (୧୯), ଅରୁଣ କୁମାର ମୁଣ୍ଡା (୩୧), ବିବେକାନନ୍ଦ ସିତାରୀ (୩୨) ବୋଲି ଜଣାପଡିଛି । ସେମାନଙ୍କ ଠାରୁ ନଗଦ ୫ ହଜାର ଟଙ୍କା, ୫ଟି ଛୁରି, ଭୁଜାଲି, ଅନେକ ଗୁଡିଏ ମୋବାଇଲ ଜବତ କରାଯାଇଛି । ସୋମବାର ଅଭିଯୁକ୍ତମାନଙ୍କୁ ଗିରଫ କରି ଅଦାଲତ ପଠାଇଦିଆଯାଇଥିବା ବାମେବାରୀ ଭାରପ୍ରାପ୍ତ ଅଧିକାରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.