fbpx

କେବଳ ହାଇ ବ୍ଲଡପ୍ରେସର ନୁହେଁ, ଲୋ ବ୍ଲଡ ପ୍ରେସର ମଧ୍ୟ ହୋଇପାରେ ‘ଷ୍ଟ୍ରୋକ୍’ର କାରଣ; ଜାଣନ୍ତୁ କିପରି ରହିବେ ସତର୍କ

ଯେଉଁମାନଙ୍କୁ ହାଇ ବ୍ଲଡ ପ୍ରେସର ରହିଛି ସେମାନଙ୍କୁ ଷ୍ଟ୍ରୋକ୍ ଆସିବାର ଆଶଙ୍କା ରହିଥାଏ ବୋଲି ଡାକ୍ତରମାନେ କହିଥିଲେ । କିନ୍ତୁ ଏବେ ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ଯେଉଁମାନଙ୍କର ଲୋ ବ୍ଲଡ ପ୍ରେସର ରହିଛି ସେମାନଙ୍କୁ ମଧ୍ୟ ଷ୍ଟ୍ରୋକ୍ ହୋଇପାରେ ।

ବାଷ୍ଟନ୍ ୟୁନିଭରସିଟି ସ୍କୁଲ୍ ଅଫ୍ ମେଡିସିନରେ ଏହି ରିସର୍ଚ୍ଚ କରାଯାଇଥିଲା । ଗବେଷକଙ୍କ ମୁତାବିକ, ଲୋ ବ୍ଲଡ଼ପ୍ରେସରରେ ପୀଡିତ ୧୦ ପ୍ରତିଶତ ରୋଗୀଙ୍କଠାରେ ଷ୍ଟ୍ରୋକ୍ ହେବାର ଆଶଙ୍କା ରହିଛି ।

ଲୋ ବ୍ଲଡ଼ପ୍ରେସର ଓ ଷ୍ଟ୍ରୋକ୍ ମଧ୍ୟରେ ଥିବା ସମ୍ପର୍କକୁ ବୁଝାଇବାକୁ ବୈଜ୍ଞାନିକମାନେ ୩୦,୦୦୦ ବୃଦ୍ଧଙ୍କ ଉପରେ ଏକ ଅଧ୍ୟୟନ କରିଥିଲେ, ଯେଉଁମାନେ ଇସକେମିକ୍ ଷ୍ଟ୍ରୋକରେ ପୀଡିତ ଥିଲେ । ସେମାନଙ୍କୁ ୧୮ ମାସ ପୂର୍ବରୁ ଷ୍ଟ୍ରୋକ୍ ଆସିଥିଲା ।

ସେମାନଙ୍କର ସ୍ୱାସ୍ଥ୍ୟଗତ ଡାଟା ସୂଚିତ କରୁଛି ଯେ, ଯେଉଁ ରୋଗୀମାନେ ଧୂମପାନ କରୁଥିଲେ, ହୃଦଘାତରେ ପୀଡିତ କିମ୍ବା କ୍ୟାନ୍ସର ରୋଗରେ ପୀଡିତମାନଙ୍କୁ ଷ୍ଟ୍ରୋକ୍ ହେବାର ଆଶଙ୍କା ଅଧିକ ଥିଲା । ରିସର୍ଚ୍ଚ ତଥ୍ୟରୁ ଜଣାପଡିଛି ଯେ କେବଳ ହାଇ ବ୍ଲଡପ୍ରେସର ନୁହେଁ, ଲୋ ବ୍ଲଡ ପ୍ରେସର ମଧ୍ୟ ଷ୍ଟ୍ରୋକ ସୃଷ୍ଟି କରିପାରେ ।

ଜାଣନ୍ତୁ କିପରି ରହିବେ ସତର୍କ :

-ଅଧିକ ଲୁଣ ଖାଆନ୍ତୁ ନାହିଁ ।

-ଦିନସାରା ଅତି କମରେ ୮ ଗ୍ଲାସ୍ ପାଣି ପିଅନ୍ତୁ ।

-ଚାପରେ ରୁହନ୍ତୁ ନାହିଁ ।

-ମଦ୍ୟପାନ ଏବଂ ସିଗାରେଟ୍ ଠାରୁ ଦୂରରେ ରୁହନ୍ତୁ ।

-ସବୁଜ ପନିପରିବା ଏବଂ ଫଳ ଖାଆନ୍ତୁ ।

Get real time updates directly on you device, subscribe now.