ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲିଙ୍କ ଝିଅକୁ ସୋସିଆଲ ମିଡିଆରେ ଦୁଷ୍ମର୍ମ ଧମକ ଦେଇଥିବା ଯୁବକ ଗିରଫ ହୋଇଛି । ୨୩ ବର୍ଷୀୟ ରାମନାଗେଶ ଶ୍ରୀନିବସଙ୍କ ଅଗୁବଥିନୀଙ୍କୁ ହାଇଦ୍ରାବଦରୁ ଗିରଫ କରିଛି ମୁମ୍ବାଇ ସାଇବର ସେଲ । ସେ ପେଷାରେ ଜଣେ ସଫ୍ଟଓୟାର ଇଞ୍ଜିନିୟର, ଅଗୁବଥିନୀକୁ ପୋଲିସ ମୁମ୍ବାଇ ଆଣିଛି । ସେ ହାଇଦ୍ରାବାଦ ଆଇଆଇଟିରୁ ବିଟେକ ପାସ କରିଛନ୍ତି ।
ସୂଚନାଯୋଗ୍ୟ, ଆଇସିସି ଟି-୨୦ ବିଶ୍ୱ କପରେ ଟିମ୍ ଇଣ୍ଡିଆ ପାକିସ୍ତାନ ଠାରୁ ହାରିବା ପରେ ବିରାଟ କୋହଲିଙ୍କୁ ଟ୍ରୋଲ କରାଯାଇଥିଲା । ଏମିତିକି ତାଙ୍କ ୯ ମାସର ଝିଅକୁ ଧମକ ମିଳିଥିଲା । ଏହା ଉପରେ ଦିଲ୍ଲୀ ମହିଳା ଆୟୋଗ ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରିଥିଲେ । ମହିଳା ଆୟୋଗ ଚେୟାରପର୍ସନ ଏହାକୁ ନେଇ ଟ୍ୱିଟ କରି କହିଥିଲେ ଯେ ଟ୍ୱିଟରରେ ଯେଉଁଭଳି ଭାବରେ ଜଣେ ୯ ମାସର ଝିଅକୁ ଧମକ ମିଳିଛି ତାହା ବାସ୍ତବରେ ଲଜ୍ଜାଜନକ ।
ପାକିସ୍ତାନରୁ ହାର ପରେ ଟିମ୍ ଇଣ୍ଡିଆ ଖେଳାଳି ମହମ୍ମଦ ସାମିଙ୍କୁ ମଧ୍ୟ ସୋସିଆଲ ମିଡିଆରେ ଟ୍ରୋଲ କରାଯାଇଥିଲା ସାମିଙ୍କୁ ତାଙ୍କ ଧର୍ମକୁ ନେଇ ଟ୍ରୋଲ କରାଯାଇଥିଲା । ନ୍ୟୁଜିଲାଣ୍ଡ ଠାରୁ ହାରିବା ପରେ ପ୍ରାୟ ସବୁ ଖେଳାଳିଙ୍କୁ ଟାର୍ଗେଟ କରଯାଇଥିଲା । ତେବେ ଏଭଳି ମାମଲା ନୂଆ ନୁହେଁ । ଏହା ପୂର୍ବରୁ ୨୦୨୦ରେ ଚେନ୍ନାଇ ସୁପର କିଙ୍ଗ୍୍ସର ଖରାପ ପ୍ରଦର୍ଶନରେ ମହେନ୍ଦ୍ର ସିଂହ ଧୋନୀଙ୍କ ଝିଅକୁ ବି ଏହିଭଳି ଧମକ ଦିଆଯାଇଥିଲା । ଯାହାକୁ ନେଇ ସୋସିଆଲ ମିଡଆରେ ଖୁବ୍ ଚର୍ଚ୍ଚା ହୋଇଥିଲା ।