fbpx

ଟି-୨୦ରେ ଇତିହାସ: ୪ ମେଡେନ ସହିତ ହ୍ୟାଟ୍ରିକ୍ ନେଲେ ଅକ୍ଷୟ କର୍ଣ୍ଣୱାର

ନୂଆଦିଲ୍ଲୀ: ଟି-୨୦ରେ ଇତିହାସ ରଚିଛନ୍ତି ବିଦର୍ଭ ବୋଲର ଅକ୍ଷୟ କର୍ଣ୍ଣୱାର । ପ୍ରଥମ ଟି-୨୦ ବୋଲର ଭାବରେ କର୍ଣ୍ଣୱାର ଏମିତି ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି ଯାହା ସମସ୍ତଙ୍କ ପାଇଁ ସ୍ୱପ୍ନ । ଟି-୨୦ କ୍ରିକେଟରେ ମେଡେନ ଓଭର ବା ଗୋଟିଏ ଓଭରରେ ୬ଟି ଡଟ୍ ବଲ୍ । କ୍ରିକେଟର ଅନେକ ମହାନ ହସ୍ତୀ ମଧ୍ୟ ଏହି ମାଇଲଖୁଣ୍ଟ ହାସଲରେ ବିଫଳ ହୋଇଛନ୍ତି । ତେବେ ଘରୋଇ କ୍ରିକେଟରେ ବିଦର୍ଭ ପକ୍ଷରୁ ଖେଳୁଥିବା କର୍ଣ୍ଣୱାର ନିଜ କୋଟାର ୪ରୁ ୪ ଓଭର ମେଡେନ ପକାଇଛନ୍ତି । ପୂର୍ବରୁ ଉଭୟ ବାମହାତ ଏବଂ ଡାହାଣ ହାତରେ ବୋଲିଂ ପାଇଁ ଚର୍ଚ୍ଚାରେ ରହିଥିବା କର୍ଣ୍ଣୱାର ନିଜର ସମସ୍ତ ଓଭର ମେଡେନ ରଖିବା ସହିତ ପରବର୍ତ୍ତୀ ମୁକାବିଲାରେ ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି ।

ମଣିପୁର ବିପକ୍ଷ ମ୍ୟାଚରେ ୪ ଓଭର ମେଡେନ ନେଇଥିବା ବେଳେ ସିକିମ୍ ବିପକ୍ଷରେ ହ୍ୟାଟ୍ରିକ୍ ଅର୍ଜନ କରିଥିଲେ । ମଣିପୁର ବିପକ୍ଷ ମ୍ୟାଚରେ କର୍ଣ୍ଣୱାର ୪ ଓଭରରେ ୨୪ଟି ଡଟ୍ ବଲ ପକାଇବା ସହିତ ଦୁଇଟି ୱିକେଟ ନେଇଥିଲେ । ଏହା ସହିତ ସବୁଠାରୁ ଇକୋନୋମିକାଲ ବୋଲିଂରେ ପାକିସ୍ତାନର ମହମ୍ମଦ ଇର୍ଫାନଙ୍କ ରେକର୍ଡ ଭାଙ୍ଗିଥିଲେ ଅକ୍ଷୟ । ଏହାର ପରବର୍ତ୍ତୀ ମୁକାବିଲାରେ ଚମକ୍ରାର ହ୍ୟାଟ୍ରିକ ସହିତ ମାତ୍ର ୫ ରନ ଦେଇ ୪ଟି ୱିକେଟ ଅକ୍ତିଆର କରିଥିଲେ । ପୂର୍ବରୁ ୨୦୧୯ରେ ପ୍ରଥମ ଥର ପାଇଁ ଉଭୟ ହାତରେ ବୋଲିଂ କରି ଚର୍ଚ୍ଚାକୁ ଆସିଥିଲେ ଅକ୍ଷୟ କର୍ଣ୍ଣୱାର ।

Get real time updates directly on you device, subscribe now.