fbpx

Aadhaar Cardରେ ଅପଡେଟ୍ କରିବା ପାଇଁ ଆପଣଙ୍କୁ ଅଧିକ ପଇସା କିଏ ମାଗୁଛି କି, ସଙ୍ଗେସଙ୍ଗେ କରନ୍ତୁ ଅନଲାଇନରେ ଅଭିଯୋଗ, ଜାଣନ୍ତୁ ପ୍ରୋସେସ୍

ନୂଆଦିଲ୍ଲୀ: ଯଦି ଆପଣ ଆଧାର କାର୍ଡରେ କିଛି ବି ଅପଡେଟ୍ କରିବାକୁ ଚାହୁଁଥାନ୍ତି, ତେବେ ଆପଣ ଆଧାରର ଫିସ୍ ବିଷୟରେ ଜାଣିବା ନିହାତି ଜରୁରୀ । ଯଦି ଏହି ସେବା ପାଇଁ କିଏ ଅଧିକ ଫିସ୍ ନେଉଛି, ଏଥିପାଇଁ ଆପଣ ଅଭିଯୋଗ କରିପାରିବେ । ଭାରତର ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ପକ୍ଷରୁ ଆଧାର ସେବା ଶୁଳ୍କ ବିଷୟରେ କୁହାଯାଇଛି ।

ୟୁଆଇଡିଏଆଇ ତରଫରୁ ଆଧାର ଏନରୋଲମେଣ୍ଟ ଓ ବାଧ୍ୟତାମୂଳକ ବାୟୋମେଟ୍ରିକ ଅପଡେଟ୍ ମାଗଣାରେ ଉପଲବ୍ଧ କରାଯାଇଥାଏ । ଡେମୋଗ୍ରାଫିକ ଅପଡେଟ୍ ପାଇଁ ୫୦ ଟଙ୍କା, ବାୟୋମେଟ୍ରିକ ଅପଡେଟ୍ ପାଇଁ ୧୦୦ ଟଙ୍କା ଓ ଆଧାର କାର୍ଡର କଲର ପ୍ରିଣ୍ଟ ଆଉଟ୍ ପାଇଁ ୩୦ ଟଙ୍କା ଚାର୍ଜ କରାଯାଇଥାଏ । ସମସ୍ତ ଚାର୍ଜ ବ୍ୟତୀତ ଗ୍ରାହକଙ୍କୁ କିଛି ବି ଜିଏସଟି ଚାର୍ଜ ଦେବାକୁ ପଡ଼ିନଥାଏ । ଯଦି ଆପଣଙ୍କୁ ଠାରୁ ଅଧିକ ପିସ୍ ଆଦାୟ କରାଯାଉଥାଏ, ତେବେ ଏ କ୍ଷେତ୍ରରେ ୟୁଆଇଡିଏଆଇ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଜେଲ୍, ଜରିମାନା ଲାଗୁ କରାଯାଇଥାଏ । ଏଥିପାଇଁ ଆପଣ ୧୯୪୭ ନମ୍ବରକୁ ଫୋନ୍ କରି ନିଜର ଅଭିଯୋଗ ଦାୟର କରିପାରିବେ । ଏହାବ୍ୟତୀତ [email protected] କୁ ଇ-ମେଲ ମଧ୍ୟ ପଠାଇ ପାରିବେ । ଆପଣ ଘରେ ବସି ଅନଲାଇନରେ ଅଭିଯୋଗ ଦାଖଲ କରିପାରିବେ ।

୧- ସର୍ବପ୍ରଥମେ ଆପଣ uidai.gov.in କୁ ଯାଆନ୍ତୁ କିମ୍ବା ସିଧାସଳଖ resident.uidai.gov.in/file-complaint ଲିଙ୍କକୁ କ୍ଲିକ୍ କରନ୍ତୁ ।

୨- ଏହାପରେ ନିଜର ୧୪ ଅଙ୍କ ବିଶିଷ୍ଟ EID ନମ୍ବର, ତାରିଖ ଓ ସମୟ ଦିଅନ୍ତୁ । ତା’ପରେ ନିଜର ନାମ ଓ ମୋବାଇଲ ନମ୍ବର, ଇ-ମେଲ, ପୋଷ୍ଟାଲ ପିନ୍ କୋଡ୍ ଦେବେ ।

୩- ନିଜର ଅଭିଯୋଗର ଟାଇପ୍ ଓ କ୍ୟାଟୋଗୋରି ସିଲେକ୍ଟ କରିବା ପରେ ସୁବିସ୍ତୃତ ଭାବେ ଅଭିଯୋଗ ଲେଖନ୍ତୁ । ତା’ପରେ କ୍ୟାପଚା ଦେବା ପରେ ତଳେ ଥିବା ସବମିଟ୍ ବଟନକୁ କ୍ଲିକ କରନ୍ତୁ । ଏହିସବୁ ଷ୍ଟେପ୍ ଫଲୋ କରିବା ପରେ ଆପଣଙ୍କର ଅଭିଯୋଗ ଗ୍ରହଣଯୋଗ୍ୟ ହୋଇଯିବ ।

Get real time updates directly on you device, subscribe now.