fbpx

ଆସନ୍ତା ବର୍ଷରୁ କପଡ଼ା, ମଦ ଓ ଇଲେକ୍ଟ୍ରୋନିକ୍ ଜିନିଷ ହୋଇଯିବ ମହଙ୍ଗା, ୧୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିବ ଦାମ୍

ନୂଆଦିଲ୍ଲୀ: କଞ୍ଚାମାଲର ମୂଲ୍ୟ ବୃଦ୍ଧି, ଯୋଗାଣ ଶୃଙ୍ଖଳା ସମସ୍ୟାର ପ୍ରଭାବ ସିଧାସଳଖ ବ୍ୟବସାୟୀଙ୍କ ବ୍ୟବସାୟ ଉପରେ ପଡ଼ୁଛି । ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ ବର୍ତ୍ତମାନ ସମୟରେ ଏଥିରୁ କୌଣସି ଆଶ୍ୱସ୍ତି ମିଳିବ ନାହିଁ । ଏହି ପ୍ରସଙ୍ଗରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଆସନ୍ତା ବର୍ଷର ପ୍ରଥମାର୍ଦ୍ଧରେ ପୋଷାକ ଠାରୁ ଆରମ୍ଭ କରି ଇଲେକ୍ଟ୍ରୋନିକ୍ ସାମଗ୍ରୀ ପର୍ୟ୍ୟନ୍ତ ବିଭିନ୍ନ ଜିନିଷର ମୂଲ୍ୟରେ ୮ ରୁ ୧୦ ପ୍ରତିଶତ ବୃଦ୍ଧି ହୋଇପାରେ। କାଚ, କପା, ଇସ୍ପାତ, ଚିପ୍ସ ଏବଂ ରାସାୟନିକ ପଦାର୍ଥ ପରି କଞ୍ଚାମାଲର ତୀବ୍ର ବୃଦ୍ଧି ବ୍ୟବସାୟୀଙ୍କ ଲାଭ ଉପରେ ଖୁବ୍ ପ୍ରଭାବ ପକାଇଛି ।

ମୂଲ୍ୟ ବୃଦ୍ଧି ହେତୁ, ଦୈନାନ୍ଦିନ ସାମଗ୍ରୀରୁ ଆରମ୍ଭ କରି ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଉତ୍ପାଦନ କରୁଥିବା କମ୍ପାନୀ ଗୁଡିକର ଲାଭ ହ୍ରାସ ପାଇଛି । ଏଭଳି ପରିସ୍ଥିତିରେ କମ୍ପାନୀଗୁଡିକ ସେମାନଙ୍କର ଖର୍ଚ୍ଚ ଭାର ହ୍ରାସ କରିବାକୁ ଏବଂ ଏହାର କ୍ଷତିପୂରଣ ଦେବାପାଇଁ ଗ୍ରାହକଙ୍କୁ ଝଟକା ଦେବା ପ୍ଲାନିଂରେ ଅଛନ୍ତି । ରିପୋର୍ଟ ଅନୁଯାୟୀ, ଆସନ୍ତା ବର୍ଷ ଆରମ୍ଭ ସୁଦ୍ଧା ପୋଷାକ, ଇଲେକ୍ଟ୍ରୋନିକ୍ସ, ମଦ ଏବଂ ଇଲେକ୍ଟ୍ରୋନିକ୍ସ ଭଳି ସାମଗ୍ରୀର ମୂଲ୍ୟ ୮ ପ୍ରତିଶତରୁ ୧୦ ପ୍ରତିଶତକୁ ବୃଦ୍ଧି ହୋଇପାରେ । ଏହା ସାଧାରଣ ଲୋକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇବାକୁ ଯାଉଛି ।

ରିପୋର୍ଟ ଅନୁସାରେ, ଏବେ ଠାରୁ ହିଁ କିଛି କମ୍ପାନୀ ଜିନିଷ ଗୁଡ଼ିକର ଦାମ୍ ବୃଦ୍ଧି କରିସାରିଲେଣି । ଯେପରିକି ପ୍ୟାକେଜଡ୍ ଫୁଡ୍, ଡାଇନିଂ ଜିନିଷ, ବ୍ୟକ୍ତିଗତ ଯତ୍ନ ପାଇଁ ବ୍ୟବହାର ହେଉଥିବା ସାମଗ୍ରୀର ଦାମ୍ ବୃଦ୍ଧି ହୋଇଥିବା ଦେଖିବାକୁ ମିଳିଛି । ତେବେ ଯଦି ଆସନ୍ତା ବର୍ଷ ପୁଣିଥରେ ଏସବୁ ଜିନିଷର ଦାମ୍ ବୃଦ୍ଧି ପାଏ ତେବେ ଗ୍ରାହକ ମାନେ ଏହାଦ୍ୱାରା ପ୍ରଭାବିତ ହେବେ ।

 

Get real time updates directly on you device, subscribe now.