fbpx

୭ ଦିନ ପାଇଁ ରାଜଧାନୀରେ ବନ୍ଦ ରହିବ ସ୍କୁଲ: ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା

ନୂଆଦିଲ୍ଲୀ: ଦେଶରେ କରୋନା ପାଇଁ ସମସ୍ତ ସ୍କୁଲ କଲେଜ ଦୀର୍ଘଦିନ ଧରି ବନ୍ଦ ରହିଥିବା ବେଳେ ଧୀରେ ଧୀରେ ସ୍କୁଲ ଗୁଡିକ ଖୋଲୁଥିଲା । ମାତ୍ର ଶନିବାର ପୁଣି ଥରେ ସମସ୍ତ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆସନ୍ତା ଏକ ସପ୍ତାହ ବ୍ୟାପୀ ସମସ୍ତ ସ୍କୁଲ ବନ୍ଦ ରଖାଯିବ ବୋଲି ଘୋଷଣା କରିଛନ୍ତି କେଜ୍ରିୱାଲ । ଶନିବାର ଟ୍ୱିଟ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏହା ଘୋଷଣା କରିଛନ୍ତି । ଦିଲ୍ଳୀରେ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇଥିବାରୁ ଏମିତି ନିଷ୍ପତ୍ତି ନେଇଛନ୍ତି କେଜ୍ରିୱାଲ ସରକାର ।

ସଚିବାଳୟ ଅଧିକାରୀଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ କେଜ୍ରିୱାଲ ଏହି ନିଷ୍ପତ୍ତି ନେଇଥିବା ନେଇ ଟ୍ୱିଟ୍ କରିଛନ୍ତି । ଦିଲ୍ଳୀର ବାୟୁ ବର୍ତ୍ତମାନ ଶ୍ୱାସକ୍ରିୟା ପାଇଁ ଠିକ୍ ନଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି କେଜ୍ରିୱାଲ ସରକାର । ଆସନ୍ତା ସୋମବାର ଠାରୁ ଆରମ୍ଭ କରି ଏକ ସପ୍ତାହ ଯାଏଁ ସମସ୍ତ ସ୍କୁଲ ବନ୍ଦ ରହିବ । ଏହା ସହିତ ଘରୋଇ ଏବଂ ସରକାରୀ କର୍ମଚାରୀ ମାନେ ଏକ ସପ୍ତାହ ଯାଏଁ ଘରୁ କାମ କରିବା ପାଇଁ ପରାମର୍ଶ ଦିଆଯାଇଛି । ସମସ୍ତ ନିର୍ମାଣ କାମ ଉପରେ ମଧ୍ୟ ରୋକ ଲଗାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଦୁଇ ଦିନ ପାଇଁ ଦିଲ୍ଲୀରେ ଲକଡାଉନ ଘୋଷଣା କରିବା ପାଇଁ ସୁପ୍ରିମକୋର୍ଟ ପରାମର୍ଶ ଦେଇଥିଲେ ।

Get real time updates directly on you device, subscribe now.