fbpx

ଦୀପାବଳିରେ ଗଣଦୁଷ୍କର୍ମର ଶିକାର ହେଲେ ଯୁବତୀ, ନେଲେ ଏମିତି ପଦକ୍ଷେପ…

ଅହମଦାବାଦ: ଗୁଜରାଟରେ ପୁଣି ଏକ ଦୁଷ୍କର୍ମ ଜନିତ ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ୧୯ ବର୍ଷୀୟ ଯୁବତୀ ଗଣଦୁଷ୍ମର୍ମର ଶିକାର ହୋଇ ଆତ୍ମହତ୍ୟା କରିଛନ୍ତି । ଟ୍ରେନର ବଗିରୁ ମିଳିଛି ତାଙ୍କର ମୃତଦେହ । ପୋଲିସକୁ ଶବ ପାଖରୁ ମୋବାଇଲ ଫୋନ ମଧ୍ୟ ମିଳିଥିଲା । ଏହାକୁ ଯାଞ୍ଚ କରିବା ପରେ ଜଣାପଡ଼ିଥିଲା ଯୁବତୀ ଗୁଜରାଟ ନବସାରୀର ନିବାସୀ । ଗୁଜରାଟ ରେଲୱେ ପୋଲିସକୁ ଏହି ଯାଞ୍ଚରେ ଏକ ଡାଏରୀ ମିଳିଥିଲା । ଯେଉଁଥିରେ ଯୁବତୀ ଲେଖିଥିଲେ ଯେ ଆତ୍ମହତ୍ୟାର ଦୁଇ ଦିନ ପୂର୍ବରୁ ଦୀପାବଳି ଦିନ ସେ ଭଦୋଦରାରେ ରହୁଥିବା ଭଡ଼ା ଘରକୁ ଯାଉଥିବା ସମୟରେ ଦୁଇ ରିକ୍ସାଚାଳକ ତାଙ୍କର ଅପହରଣ କରିନେଇଥିଲେ । ପରେ ଭଦୋଦରା ଭାକ୍ସିନ ଗ୍ରାଉଣ୍ଡରେ ନେଇ ତାଙ୍କୁ ଦୁଷ୍କର୍ମ କରିଥିଲେ । ତେବେ ଜଣେ ବସ କର୍ମଚାରୀଙ୍କ ସହାୟତାରେ ଘରେ ପହଞ୍ଚିଥିଲେ ।

ଏହାର ଦୁଇ ପରେ ଯୁବତୀ ତାଙ୍କ ପରିଜନଙ୍କୁ କହି ବଲସାଡ ଯାଇଥଲେ । ତେବେ ସେ ଦୁଷ୍କର୍ମ ଘଟଣା ଘର ଲୋକଙ୍କୁ ଜଣାଇନଥିଲେ । ଏହାପରେ ଗୁଜରାଟ କ୍ୱିନ୍ ଟ୍ରେନରେ ସକାଳେ ତାଙ୍କର ଶବ ମିଳିଥିଲା । ଏହି ଟ୍ରେନ ବଲସାଡ ଷ୍ଟେସନରେ ଖାଲି ହୋଇଥାଏ । ଯାହା ପରେ ୟାର୍ଡକୁ ଯାଇଥାଏ । ଟ୍ରେନ ସଫେଇ କର୍ମଚାରୀଙ୍କୁ ଯୁବତୀଙ୍କ ଶବ ମିଳିଥିଲା । ପୋଲିସ ଘଟଣାର ତଦନ୍ତ ଚଳାଇଛି । ସହାୟତା କରିଥିବା ବସ ଡ୍ରାଇଭରଙ୍କ  ସହ ଦୁଇ ଦୁଷ୍ମମକାରୀଙ୍କୁ ଖୋଜୁଛି ପୋଲିସ ।

ଦୁଷ୍କର୍ମର ଏହି ଘଟଣା ବିଷୟରେ ଯୁବତୀ ତାଙ୍କ ପରିବାର ଲୋକଙ୍କୁ ଜଣାଇନଥିଲେ । ଯୁବତୀ ନବସାରୀର ନିବାସୀ ଏବଂ ସେ ଭଦୋଦରାରେ ଏକ ୟୁନିଭର୍ସିଟିରେ ପଢ଼ୁଥିଲେ ଏବଂ ଏକ ସଂସ୍ଥାରେ ପାର୍ଟ ଟାଇମ ଫେଲୋସିପ କାମ କରୁଥିଲେ । ଦୀପାବଳି ଦିନ ରୁମକୁ ଫେରୁଥିବାବେଳେ ତାଙ୍କ ସହ ଦୁଷ୍କର୍ମ ହୋଇଥିଲା ।

Get real time updates directly on you device, subscribe now.