fbpx

13 MP କ୍ୟାମେରା ଏବଂ 5000 mAh ବ୍ୟାଟେରୀ ସହ ଲଞ୍ଚ ହେଲା Vivo Y15A

ନୂଆଦିଲ୍ଲୀ: ଭିଭୋ ଏହାର ନୂଆ ସ୍ମାର୍ଟଫୋନ Vivo Y15A କୁ  ଲଞ୍ଚ କରିଛି । ପୂର୍ବରୁ Y15S(୨୦୨୧)କୁ କମ୍ପାନୀ ଲଞ୍ଚ କରିଥିଲା । Vivo Y15A ରେ ୱାଟରଡ୍ରପ ନଚ୍ ଡିସପ୍ଲେ ଦିଆଯାଇଛି । Helio P35 ପ୍ରୋସେସର ଏବଂ 5000 mAh ବ୍ୟାଟେରୀ ଦିଆଯାଇଛି । Vivo Y15A କୁ ଏବେ ଫିଲିପିନ୍ସରେ ଲଞ୍ଚ କରାଯାଇଛି । ଖୁବଶୀଘ୍ର ଏହାକୁ ଭାରତୀୟ ବଜାରରେ ଲଞ୍ଚ କରାଯାଇପାରେ । Vivo Y15A କୁ ପ୍ରଥମେ ସିଙ୍ଗାପୁରରେ ଲଞ୍ଚ କରାଯାଇଥିଲା ।

ଏମିତି ରହିଛି ଏହାର ସ୍ପେସିଫିକେସନ:

Vivo Y15A ରେ 6.51 ଇଞ୍ଚର IPS LCD ଡିସପ୍ଲେ ଦିଆଯାଇଛି । ଏଥିରେ HD+ ରେଜୋଲ୍ୟୁସନ ଦିଆଯାଇଛି । ଏହାର ଫ୍ରଣ୍ଟ କ୍ୟାମେରା 8 MPର ରହିଥିବାବେଳେ ଫୋନରେ ପ୍ରାଇମେରୀ କ୍ୟାମେରା 13 MP ର ରହିଛି । ଏହା ସହ 2 MPର ଡେପ୍ଥ ସେନ୍ସର ରହିଛି । ଏହି ସ୍ମାର୍ଟଫୋନ Android 11 ସହ Funtouch OS 11.1 ଦ୍ୱାରା ପରିଚାଳିତ । Vivo Y15A MediaTek Helio P35 ପ୍ରୋସେସର ଦିଆଯାଇଛି । ଏଥିରେ 4 GB RAM ସହ 63 GB ଷ୍ଟୋରେଜ ରହିଛି । ଫୋନରେ 5000 mAh ବ୍ୟାଟେରୀ ସହ 10W ର ଚାର୍ଜିଂ ସପୋର୍ଟ ରହିଛି । Vivo Y15A ର ଦାମ ଫିଲିପିନ୍ସରେ ୭,୯୯୯ ପିଏଚପି ଅର୍ଥାତ ପ୍ରାୟ ୧୨ ହଜାର ଟଙ୍କା ରହିଛି । ଏହାକୁ ୱାଟର ଗ୍ରୀନ ଏବଂ ମିଷ୍ଟିକ ବ୍ଲୁ କଲରରେ ଲଞ୍ଚ କରାଯାଇଛି ।

Get real time updates directly on you device, subscribe now.