fbpx

ଭାରତକୁ ମିଳିଲା ଏସ-୪୦୦ ଟ୍ରମ୍ଫ ଏୟାର ଡିଫେନ୍ସ ମିଶାଇଲ , ଶତ୍ରୁଙ୍କ ଉପରେ ପଡ଼ିବ ଭାରି

ନୂଆଦିଲ୍ଲୀ: ଭାରତକୁ ମିଳିଲା ଅତ୍ୟାଧୁନିକ ଏସ-୪୦୦ ଟ୍ରମ୍ଫ ଏୟାର ଡିଫେନ୍ସ । ଋଷିଆ ଏହାର ରପ୍ତାନୀ ଆରମ୍ଭ କରିଛି । ଏହି ମିଶାଇଲ ଭୂପୃଷ୍ଠରୁ ବାୟମଣ୍ଡଳରେ ଶତ୍ରୁ ଏୟାର କ୍ରାଫ୍ଟ କିମ୍ବା କ୍ରୁଜ ମିଶାଇଲକୁ ଲକ୍ଷ୍ୟ ଭେଦ କରିପାରିବ । ଏସ-୪୦୦ ଟ୍ରମ୍ଫ ଏୟାର ଡିଫେନ୍ସ ମିଶାଇଲ ଦୁରରୁ ଶତ୍ରୁର ଏୟାରକ୍ରାଫ୍ଟ ଏବଂ କ୍ରଜୁ ମିଶାଇଲକୁ ନାଶ କରିବାରେ ସକ୍ଷମ  ହେବ । ଚାଇନା ପୂର୍ବରୁ ଦୁଇଟି ଏସ-୪୦୦ ଟ୍ରମ୍ଫ ଏୟାର ଡିଫେନ୍ସ ମିଶାଇଲ ତିବ୍ଦଦ ଏବଂ ଅରୁଣାଞ୍ଚଳ ପ୍ରଦେଶ ବେସଠାରେ ନିୟୋଜିତ କରିଛି ।

ଭାରତ ୫ ସ୍କ୍ୱାଡ୍ରନ ଏସ-୪୦୦ ଟ୍ରମ୍ଫ ଏୟାର ଡିଫେନ୍ସ ମିଶାଇଲ ପାଇଁ ଋଷିଆ ସହ ୩୫ ହଜାର କୋଟିର ଚୁକ୍ତି କରିଛି । ଏହି ମିଶାଇଲର ଯୋଗଦାନ ଫଳରେ ଭାରତ ୪୦୦ କିମି ଦୂରରୁ ଶତ୍ରୁର ମିଶାଇଲ ଏବଂ କ୍ରୁଜ ମିଶାଇଲକୁ ଅଟକାଇପାରିବ । ଏହି ମିଶାଇଲ ସିଷ୍ଟମରେ ୪ ଭିନ୍ନ ମିଶାଇଲ ସିଷ୍ଟମ ରହିଛି । ଏହା ଶତ୍ରୁର ଏୟାର କ୍ରାଫ୍ଟ, ବାଲିଷ୍ଟିକ ମିଶାଇଲ, ଏବଂ ଅନ୍ୟ ଏୟାର ଆଟାକ ନେଇ ସତର୍କ କରାଇବ ।

ଋଷିଆ ଠାରୁ ମଗାଇଥିବା ଏହି ହତିଆରକୁ ପ୍ରଥମ ପର୍ଯ୍ୟାୟରେ ପଶ୍ଚିମ ଭାଗରେ ନିୟୋଜିତ କରାଯିବ । ଏନେଇ ଋଷିଆନ ଫେଡେରାଲ ସର୍ଭିସ ଫର ମିଲିଟାରୀ ଟେକ୍ନିକାଲ କୋ-ଅପରେସନ(ଏଫଏସଏମଟିସି )ର ନିର୍ଦ୍ଦେଶକ ଡିମିତ୍ରୀ ଶୁଗଏଭ  ଦୁବାଇରେ ଏକ କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ଆସିଥିବା ୟୁନିଟ ଭାରତରେ ପହଞ୍ଚିବାରେ ଲାଗିଛନ୍ତି । ଏମାନଙ୍କୁ ଏଭଳି ସ୍ଥାନରେ ନିୟୋଜିତ କରାଯିବ ଯେଉଁଠାରେ ଏହା ଉଭୟ ଚୀନ ଏବଂ ପାକିସ୍ତାନ ଏୟାରସ୍ୱେସରୁ ଆସୁଥିବା ବିପତ୍ତିକୁ ପ୍ରତିହତ କରିପାରିବ । ଏହାର ପାର୍ଟସ ଉଭୟ ସମୁଦ୍ର ଏବଂ ବାୟୁପଥ ଦେଇ ଆସୁଛି ଏବଂ ଏଗୁଡ଼ିକୁ ଖୁବ ଶୀଘ୍ର ନିୟୋଜିତ କରାଯିବ । ତେବେ ପ୍ରଥମ ପର୍ଯ୍ୟାୟରେ ଆସିବାକୁ ଥିବା ୟୁନିଟ୍ ଚଳିତ ବର୍ଷ ଶେଷ ସୁଦ୍ଧା ଭାରତରେ ପହଞ୍ଚିବେ ଏବଂ ଏହାର ନିୟୋଜନ ଉପରେ ଏହା ପରେ ଭାରତୀୟ ବାୟୁସେନା ଉତ୍ତର ସୀମା ଉପରେ ଧ୍ୟାନ ଦେଇପାରିବେ ।

Get real time updates directly on you device, subscribe now.