fbpx

ଖେଳରତ୍ନ ପୁରସ୍କାର ଉତ୍ସବରେ ଯୋଗ ଦେଲେନି କ୍ରିଷ୍ଣା ନଗର: ଘଟିଗଲା ଏମିତି କିଛି ଦୁଃଖ

ନୂଆଦିଲ୍ଳୀ: ପାରା ସଟଲର ତଥା ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା କ୍ରିଷ୍ଣା ନଗର ଖେଳରତ୍ନ ପୁରସ୍କାର ଗ୍ରହଣ ପାଇଁ ଉପସ୍ଥିତ ନଥିଲେ । ଟୋକିଓ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା କ୍ରିଷ୍ଣାଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା । ଏହା ପରେ କ୍ରିଷ୍ଣା ପୁରସ୍କାର ସମାରୋହ ପାଇଁ ଦିଲ୍ଲୀରେମ ମଧ୍ୟ ପହଞ୍ଚିଥିଲେ । ତେବେ ହଠାତ ଶନିବାର ଦ୍ୱିପ୍ରହରରେ ମା’ଙ୍କ ପରଲୋକ ଘଟିବା କାରଣରୁ ଜୟପୁର ଫେରି ଯାଇଥିଲେ କ୍ରିଷ୍ଣା ।
୫ ଦିନ ପୂର୍ବରୁ ଜୟପୁରରେ କ୍ରିଷ୍ଣାଙ୍କ ମା ଇନ୍ଦିରା ଦେବୀ ଛାତରୁ ତଳକୁ ଖସି ପଡିଥିଲେ । ଜୟପୁରରେ ଏକ ଘରୋଇ ହସ୍ପିଟାଲରେ ଇନ୍ଦିରା ଦେବୀଙ୍କ ଚିକିତ୍ସା ଜାରି ରହିଥିଲା । ତେବେ ଶନିବାର ତାଙ୍କର ପରଲୋକ ଘଟିବା ପରେ ଦିଲ୍ଲୀ ଛାଡି ତୁରନ୍ତ ଜୟପୁର ପ୍ରତ୍ୟାବର୍ତ୍ତନ କରିଥିଲେ କ୍ରିଷ୍ଣା ନଗର । ଚଳିତ ବର୍ଷ ଦେଶବ୍ୟାପୀ ୧୨ ଜଣ ଖେଳାଳିଙ୍କୁ ଖେଳରତ୍ନ ପାଇଁ ମନୋନୀତ କରାଯାଇଥିଲା । ରାଜସ୍ଥାନର ଦୁଇ ଜଣ ପାରା ଆଥଲେଟ ଅବନୀ ଲେଖ୍ରା ଓ କ୍ରିଷ୍ଣା ନଗରଙ୍କୁ ମନୋନୀତ କରାଯାଇଥିବା ବେଳେ ପୁରସ୍କାର ଗ୍ରହଣ ସମାରୋହରେ କେବଳ ଅବନୀ ଉପସ୍ଥିତ ରହିଥିଲେ ।

Get real time updates directly on you device, subscribe now.