fbpx

ଗଛର ଦାମ ଶୁଣିଲେ ଉଡ଼ିଯିବ ହୋସ୍

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଦାମୀ ଗଛ ଯାହାର ଦାମ ଶୁଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ । ଜାପାନ ତାକାମାଟ୍ସୁରେ ହୋଇଥିବା ଇଣ୍ଟରନାସନାଲ ବୋନସାଇ କନଭେସନ ବିକ୍ରି ହୋଇଛି ଏହି ଦାମୀ ଗଛ । ଜାପାନିଜ ଓଲ୍ଡ ପାଇନ ନାମକ ଏହି ବୋନସାଇ ଗଛ ବିକ୍ରି ହୋଇଛି ୯.୬୬ କୋଟି ଟଙ୍କାରେ ।

ବୋନସାଇ ହେଉଛି ପୂର୍ଣ୍ଣ ଭାବରେ ବିକଶିତ ଏକ ବୃକ୍ଷର ଛୋଟ ରୂପ । ବୋନସାଇ ବୃକ୍ଷ ଗୁଡ଼ିକ ମୂଲ୍ୟବାନ ହୋଇଥାଏ କାରଣ ଏଗୁଡ଼ିକୁ ରକ୍ଷଣାବେକ୍ଷଣ କରିବା ସହଜ ହୋଇନଥାଏ । ଏହି କାରଣରୁ ଏହାର ଦାମ ବଢ଼ିଥାଏ । ଏବଂ ସମୟ ଅନୁସାରେ ଏହାର ଦାମ୍ ବଢ଼ିଥାଏ । ଏହାକୁ ଏକ ଛୋଟ ପାତ୍ରରେ ରଖାଯାଏ ଏବଂ ନିରନ୍ତର ଏହାର ରକ୍ଷଣାବେକ୍ଷଣ କରାଯାଏ ।

ବର୍ତ୍ତମାନ ଜାପାନର ୟାମାକୀ ପରିବାର ପାଖରେ ସବୁଠାରୁ ପୁରୁଣା ୪୦୦ ବର୍ଷ ତଳର ବୋସସାଇ ବୃକ୍ଷ ରହିଛି । ଏହା ହିରୋସୀମା ନାଗାସାକି ପରମାଣୁ ବୋମାରୁ ମଧ୍ୟ ରକ୍ଷାପାଇଯାଇଥିଲା । ଯାହାର ଦାମ ୧ ମିଲିୟନରୁ ମଧ୍ୟ ଅଧିକ ହେବ ।

Get real time updates directly on you device, subscribe now.