fbpx

ଅନଲାଇନରେ ଶିଶୁଙ୍କୁ ଯୌନ ଶୋଷଣ; ଓଡ଼ିଶାରେ CBIର ଛାନଭିନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନଲାଇନରେ ଶିଶୁଙ୍କୁ ଯୌନ ଶୋଷଣ ମାମଲାରେ ଚାଲିଛି ତନାଘନା । ଓଡ଼ିଶା ସମେତ ଦେଶର ୭୬ଟି ସ୍ଥାନରେ ସିବିଆଇ ଚଢ଼ାଉ କରିଛି । ୧୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ସିବିଆଇ ପକ୍ଷରୁ ଯାଞ୍ଚ ଚାଲିଛି । ଓଡ଼ିଶା ସହ ଆନ୍ଧ୍ର, ଦିଲ୍ଲୀ, ଉତ୍ତରପ୍ରଦେଶ, ପଞ୍ଜାବ, ବିହାର, ତାମିଲନାଡୁ, ରାଜସ୍ଥାନ, ମହାରାଷ୍ଟ୍ରରେ ଯାଞ୍ଚ ଚାଲିଛି । ସେହିପରି ହରିୟାଣା, ଚଣ୍ଡୀଗଡ଼, ମଧ୍ୟପ୍ରଦେଶ, ହାଇଦ୍ରାବାଦରେ ଛାନଭିନ୍ ଜାରି ରହିଛି । ୮୩ ଅଭିଯୁକ୍ତଙ୍କ ବିରୋଧରେ ୨୩ଟି ମାମଲା ରୁଜୁ ହୋଇଛି । ନଭେମ୍ବର ୧୪ରେ ୮୩ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା ।

Get real time updates directly on you device, subscribe now.