fbpx

PSIଙ୍କ ହେଲା ବଦଳି; ଭାବୁକ ହୋଇ ଲୋକେ ଫୁଲ ବର୍ଷା କରିବାରୁ କାନ୍ଦି ପକାଇଲେ ପୋଲିସ କର୍ମୀ, Video ଭାଇରାଲ

ଗାନ୍ଧୀନଗର: ସୋସିଆଲ ମିଡିଆରେ ଆଜିକାଲି ଜଣେ ପୋଲିସ କର୍ମୀଙ୍କ ବିଦାୟ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ପୋଲିସକର୍ମୀଙ୍କ ଉପରେ ଫୁଲ ବର୍ଷା ହେଉଥିବା ଦେଖିବାକୁ ମିଳିଛି । ବିଦାୟ ସମୟରେ ପୋଲିସ କର୍ମୀ ଭାବୁକ ହେବା ସହିତ କାନ୍ଦି ପକାଇଥିବା ନଜର ଆସିଛନ୍ତି । ଏହି ଭିଡିଓ ଗୁଜରାଟର ଖେଡ଼ବ୍ରହ୍ମା ଟାଉନର ପିଏସଆଇ ବା ପୋଲିସ ସବ୍ ଇନପେକ୍ଟର ବିଶାଳଭାଇ ପଟେଲଙ୍କ ବୋଲି ଜଣାପଡିଛି । ବିଶାଳଙ୍କର ଖେଡବ୍ରହ୍ମାରେ ସ୍ଥାନୀୟ ଲୋକ ଓ କର୍ମଚାରୀଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ବନ୍ଧନ ଥିଲା ।

ତେବେ ବିଶାଲଙ୍କ ବିଭାଗୀୟ ସ୍ଥାନାନ୍ତର ସମୟରେ ସମସ୍ତେ ଭାବୁକ ହୋଇପଡିଥିଲେ । ବିଭାଗୀୟ ସ୍ଥାନାନ୍ତର ପରେ ପିଏସଆଇ ବିଶାଳଙ୍କ ବିଦାୟ ସମାରୋହ ଆୟୋଜନ କରାଯାଇଥିଲା, ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓ ଦେଖି ସବୁ ଲୋକ ମଧ୍ୟ ଭାବୁକ ହୋଇପଡିଥିଲେ । ନିଜ ଲୋକଙ୍କ ଦ୍ୱାରା ସମ୍ମାନିତ ହୋଇଥିବା ବିଶାଳ ପଟେଲ ନିଜ ବିଭାଗର ଅନ୍ୟ ପୋଲିସ ଅଧିକାରୀଙ୍କ ପାଇଁ ପ୍ରେରଣା । ଜଣେ ପୋଲିସ କର୍ମୀଙ୍କ ପାଇଁ ଏତେ ଭଲପାଇବା ବହୁତ କମ୍ ଦେଖିବାକୁ ମିଳିଥାଏ ।

Get real time updates directly on you device, subscribe now.