fbpx

ଶିକ୍ଷା ଋଣ ଉପରେ ମିଳିପାରିବ ଟିକସ ଛାଡ଼, ଜାଣନ୍ତୁ କ’ଣ ରହିଛି ପ୍ରକ୍ରିୟା

ନୂଆଦିଲ୍ଲୀ: ଆପଣ ଅନେକ ସମୟରେ ପିଲାଙ୍କ ଶିକ୍ଷା ପାଇଁ ଶିକ୍ଷା ଋଣ ଅବଶ୍ୟ ନେଇଥିବେ । ତେବେ କ’ଣ ଆପଣ ଜାଣନ୍ତି କି’ ଏହି ଶିକ୍ଷା ଋଣ ଉପରେ ନିଆଯାଉଥିବା ଟିକସକୁ ଛାଡ଼ ମଧ୍ୟ କରାଯାଇପାରେ । ତେଣୁ ଯଦି ଆପଣ ଏଜୁକେସନ ବା ଶିକ୍ଷା ଋଣ ନେଉଛନ୍ତି ତେବେ ଏହା ଉପରେ ମିଳୁଥିବା ଟ୍ୟାକ୍ସ ଛାଡ଼ ବିଷୟରେ ଜାଣିନେବା ଜରୁରୀ । ଆୟକର ଦେବା ପୂର୍ବରୁ ଏହା ବିଷୟରେ ଜାଣିନେବା ଦରକାର ।

ଆପଣ ଦୁଇ ପିଲାଙ୍କ ପଢ଼ାରେ ହୋଇଥିବା ଖର୍ଚ୍ଚ ପାଇଁ ଇନକମ ଟ୍ୟାକ୍ସ ସେକ୍ସନ ୮୦ସି ଅନୁଯାୟୀ ୧.୫ ଲକ୍ଷ ପର୍ଯ୍ୟନ୍ତ ଛାଡ଼ ପାଇପାରିବେ । ଇନକମ ଟ୍ୟାକ୍ସ ଆକ୍ଟର ସେକ୍ସନ ୮୦ଇ ଅନୁଯାୟୀ ଶିକ୍ଷା ଋଣରେ ସୁଧ ଉପରେ ନିଆଯାଉଥବା ଟିକସର ଛାଡ଼ର ଫାଇଦା ନେଇପାରିବେ । ଏହି ଭଳି ଲୋନ ଛାଡ଼ ପାଇଁ ସର୍ତ୍ତ ହେଉଛି ଯେ ଲୋନ ମହିଳା କିମ୍ବା ତାଙ୍କ ସ୍ୱାମୀ ତଥା ପିଲାଙ୍କ ଉଚ୍ଚଶିକ୍ଷା ପାଇଁ ଲୋନ ବ୍ୟାଙ୍କ କିମ୍ବା ଆର୍ଥିକ ପ୍ରତିଷ୍ଠାନରୁ ନେବା ଦରକାର । ଏହି ଟିକସ ଛାଡ଼ର ଫାଇଦା ସେତେବେଳେ ନିଆଯାଇପାରିବ ଯେତେବେଳେ ଲୋନ ସମୟ ଆରମ୍ଭ ହୋଇଥାଏ । ଆଗାମୀ ସାତ ବର୍ଷ କିମ୍ବା ଲୋନ ଶେଷ ହେବା ପୂର୍ବରୁ ଏହି ଛାଡ଼ ର ଫାଇଦା ନେଇପାରିବେ । ଯଦି ଆପଣ ୨ରୁ ଅଧିକ ପିଲାଙ୍କ ପାଇଁ ଲୋନ ନେଇଛନ୍ତି ତେବେ ସେକ୍ସନ ୮୦ଇ ଅନୁଯାୟୀ ଦେଇଥିବା ସୁଧ ଉପରେ ଟ୍ୟାକ୍ସ ଛାଡ଼ର ଲାଭ ନେଇପାରିବେ ।

ଧରିନିଅନ୍ତୁ ଆପଣ ନିଜ ଝିଅ ପାଇଁ ପୂର୍ବରୁ ଏଜୁକେସନ ଲୋନ ନେଇଛନ୍ତି ଏବଂ ଏହା ଉପରେ ଲାଗୁଥିବା ବାର୍ଷିକ ସୁଧ ଉପରେ ମଧ୍ୟ ଟ୍ୟାକ୍ସ ଛାଡ଼ ନେଉଛନ୍ତି । ଏବେ ଆପଣ ଆପଣଙ୍କ ପୁଅ ପାଇଁ ଏଜୁକେସନ ଲୋନ ନେବାକୁ ଚାହୁଛନ୍ତି ତେବେ ଏହା ଉପରେ ମଧ୍ୟ ଆପଣ ଟିକସ ଛାଡ଼ର ଫାଇଦା ନେଇପାରିବେ । ଯଦି ଆପଣ ଦୁହିଁଙ୍କ ପାଇଁ ୧୦% ସୁଧରେ ୧୦-୧୦ ଲକ୍ଷର ଋଣ ନେଉଛନ୍ତି ତେବେ ସମୁଦାୟ ୨୦ ଲକ୍ଷ ଟଙ୍କା ଉପରେ ବାର୍ଷିକ ସୁଧ ୨ ଲକ୍ଷ ଟଙ୍କା ହେଉଛି । ଆପଣଙ୍କୁ ଏହି ୨ ଲକ୍ଷର ସୁଧ ଉପରେ ଟ୍ୟାକ୍ସ ଛାଡ଼ ମିଳିବ  ।

Get real time updates directly on you device, subscribe now.