fbpx

କାମ୍ପାଲାରେ ଆତ୍ମଘାତୀ ସିରିଜ ବିସ୍ଫୋରଣ: ୩ ମୃତ, ୩୦ରୁ ଊଦ୍ଧ୍ୱର୍ ଆହତ, ଭାରତୀୟ ପାରା ବ୍ୟାଡମିଣ୍ଟନ ଖେଳାଳି ସୁରକ୍ଷିତ ଥିବା ସୂଚନା ଦେଲେ ପ୍ରମୋଦ ଭଗତ

କାମ୍ପାଲା(ଉଗାଣ୍ଡା): ଉଗାଣ୍ଡା ରାଜଧାନୀ କାମ୍ପାଲାରେ ମଙ୍ଗଳବାର ଦିନ ସକାଳ ପ୍ରାୟ ୧୦ ସମୟରେ ସିରିଜ ଆତ୍ମଘାତୀ ବିସ୍ଫୋରଣ ଘଟିଛି ।  ଆତ୍ମଘାତୀ ବିସ୍ଫୋରଣରେ ୩ ଜଣ ପ୍ରାଣ ହରାଇଥିବା ବେଳେ ୩୦ରୁ ଊଦ୍ଧ୍ୱର୍ ଲୋକ ଆହତ ହୋଇଛନ୍ତି । ତେବେ ଏହି ଆତ୍ମଘାତୀ ବିସ୍ପୋରଣରେ ଉଗାଣ୍ଡା ପାରା ବ୍ୟାଡ଼ମିଣ୍ଟନ ସାମିଲ ହୋଇଥିବା ଭାରତୀୟ ଖେଳାଳିଙ୍କ ହୋଟେଲ ନିକଟରେ ଘଟିଛି। ତେବେ ବିସ୍ପୋରଣରେ ଭାରତୀୟ ଖେଳାଳି ସୁରକ୍ଷିତ ଥିବା ଜଣାପଡିଛି। ଖେଳାଳିଙ୍କ ସୁରକ୍ଷା ଦୃଷ୍ଟିରେ ରଖି ହୋଟେଲରେ ଚାରିପାଖରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଭାରତୀୟ ଦଳ ସହିତ ସାମିଲ ହୋଇଥିବା ଓଡିଶାର ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତ କହିଛନ୍ତି ଯେ ଏହି ବିସ୍ଫୋରଣ ନେଇ ସମସ୍ତ ଖେଳାଳି ଆତଙ୍କିତ ହୋଇ ପଡି ଥିଲେ ହେଁ ଭାରତୀୟ ଦଳର ୧୫ ଖେଳାଳି ସମ୍ପୁର୍ଣ୍ଣ ସୁରକ୍ଷିତ । ପୂର୍ବ କାର୍ଯ୍ୟକ୍ରମ ଅନୁଯାୟୀ ଟୁଣ୍ଣଟ୍ଟାମେଣ୍ଟ ଜାରି ରହିବ । ଆମେ ଗୋଟିଏ ହୋଟେଲରେ ରହୁଥିବା ବେଳେ ଅନ୍ୟଏକ ହୋଟେଲରେ ୧୫ରୁ ୨୦ ଖେଳାଳି ଅଛନ୍ତି । ତେଣୁ ଆମ ପାଇଁ କୌଣସି ଭୟ ନାହିଁ । ଭାରତୀୟ ପାରା ବ୍ୟାଡମିଣ୍ଟନ ଆସୋସିଏସନ ଘଟଣା ଉପରେ ସତର୍କ ନଜର ରଖିଛି ବୋଲି ଭଗତ କହିଛନ୍ତି ।

Get real time updates directly on you device, subscribe now.