fbpx

ସରକାରୀ ଚାକିରି ସୁଯୋଗ: ଦଶମ, ଗ୍ରାଜୁଏଟ ମଧ୍ୟ କରିପାରିବେ ଆବେଦନ

ସରକାରୀ ଚାକିରି ଖୋଜୁଥବା ଯୁବକଙ୍କ ପାଇଁ ଏକ ଭଲ ଖବର । ବିଏସଏଫ ଏବଂ ୟୁପିଏସସିର ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଜାରି ହୋଇଛି ବିଜ୍ଞପ୍ତି । ଏଥିରେ ଆବେଦନ କରିବା ପାଇଁ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିବାକୁ ହେବ । ଏସବୁ ଆବେଦନ ତାରିଖ ମଧ୍ୟ ଅଲଗା ଅଲଗା ରହିଛି ।

BSF Recruitment 2021

ବିଏସଏଫ ଗ୍ରୁପ ସି ପୋଷ୍ଟ ରେ ଏଏସଆଇ, ହେଡ୍ କନଷ୍ଟେବଳ ଏବଂ କନଷ୍ଟେବଳ ପୋଷ୍ଟ ପାଇଁ ଆବେଦନ ଗ୍ରହଣ କରୁଛି । ଇଚ୍ଛୁକ ତଥା ଯୋଗ୍ୟ ଆଶାୟୀ ଏହି ପଦବୀ ପାଇଁ ଆବେଦନ କରିପାରିବେ । ବିଏସଏଫର ଅଫିସିଆଲ ୱେବସାଇଟ୍  rectt.bsf.gov.in କୁ ଯାଇ ଆବେଦନ କରିପାରିବେ । ଏହି ପଦ ପାଇଁ ଆବେଦନ ପ୍ରକ୍ରିୟା ୧୫ଠାରୁ ଆରମ୍ଭ ହୋଇଛି । ତେବେ ଏହି ଲିଙ୍କରେ ଯାଇ ଆପଣ ସବିଶେଷ ତଥ୍ୟ ବିଷୟରେ ଜାଣିପାରିବେ । http://rectt.bsf.gov.in/static/bsf/pdf/BSF%20Group-C%20Engineers%20Recruitment.pdf

UPSC Recruitment 2021

ୟୁପିଏସି ପ୍ରୋଫେସର, ଆସିଷ୍ଟାଣ୍ଟ ପ୍ରୋଫେସର, ଆସୋସିଏଟ ପ୍ରୋଫେସର, ଜଏଣ୍ଟ ଆସିଷ୍ଟାଣ୍ଟ ଡାଇରେକ୍ଟର, ସିନିୟର ଆସିଷ୍ଟାଣ୍ଟ କଣ୍ଟ୍ରୋଲର ମାଇନ୍ସ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି । ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବାକୁ ଚାହୁଥିଲେ ୟୁପିଏସସିର ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଏହି ପଦରେ ଆବେଦନ କରିବାର ଶେଷ ତାରିଖ ହେଉଛି ୨ଡିସେମ୍ବର ୨୦୨୧ । ଏହି ଲିଙ୍କକୁ ଯାଇ ଆପଣ ଡିଟେଲ୍ସ ଜାଣିପାରିବେ । https://www.upsc.gov.in/sites/default/files/Advt-16-2021-engl-121121.pdf

Get real time updates directly on you device, subscribe now.