fbpx

ଓଡିଶା କ୍ରିକେଟ ଦଳର ଜର୍ସି ଉନ୍ମୋଚିତ

କଟକ (ଭାସ୍କର ନ୍ୟୁଜ୍) : ଓଡିଶା କ୍ରିକେଟ ଆସୋସିଏସନ ପକ୍ଷରୁ ବୁଧବାର ଦିନ ରାଜ୍ୟ କ୍ରିକେଟ ଦଳର ନୂଆ ଜର୍ସି ଉନ୍ମୋଚିତ ହୋଇ ଯାଇଛି । ସୂଚନା ଯୋଗ୍ୟ ଯେ ଓଡିଶା କ୍ରିକେଟ ଆସୋସିଏସନର ଆପାରେଲ ପାର୍ଟନର ଥିବା ଏମଜିଏମ ମିନେରାଲ ଲିମିଟେଡ୍‌ ୨୦୨୧-୨୦୨୨ ସିଜିନ ପାଇଁ ଓଡିଶା କ୍ରିକେଟ ଟିମର ଅଫିସିଆଲ ପୃଷ୍ଠପୋଷକ ହୋଇଛି । ଏହି ଜର୍ସି ଉନ୍ମୋଚନ କାର୍ଯ୍ୟକ୍ରମରେ ଓଡିଶା କ୍ରିକେଟ ଆସୋସିଏସନର ସଭାପତି ପଙ୍କଜ ଲୋଚନ ମହାନ୍ତି ,ସମ୍ପାଦକ ସଞ୍ଜୟ ବେହେରା , କୋଷାଧ୍ୟକ୍ଷ ବିକାଶ ପ୍ରଧାନ ,ମୁଖ୍ୟ କାର୍ଯ୍ୟ ନିର୍ବାହୀ ସୁବ୍ରତ କୁମାର ବେହେରା, ଓଡିଶା ଦଳ ମୁଖ୍ୟ କୋଚ ୱାସିମ ଜାଫର ,ଓଡିଶା ପୁରୁଷ କ୍ରିକେଟ ଟିମ ଅଧିନାୟକ ରାଜେଶ ଧୁ ର ଓ ଓଡିଶା ସିନିୟର ମହିଳା ଦଳର ଅଧିନାୟିକା ମଧୁସ୍ମିତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.