fbpx

ପୋକ୍ସୋ ଆକ୍ଟ: ବମ୍ବେ ହାଇକୋର୍ଟକୁ ସୁପ୍ରିମକୋର୍ଟର ଝଟକା, କହିଲେ- ‘ଅପରାଧ କରିବା ପାଇଁ ସ୍କିନ୍ ଟୁ ସ୍କିନ୍ ଟଚ୍ ଆବଶ୍ୟକ ନାହିଁ’

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୁରୁବାର ଦିନ ବମ୍ବେ ହାଇକୋର୍ଟଙ୍କ ରାୟକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ, ସ୍କିନ୍ ଟୁ ସ୍କିନ୍ ସମ୍ପର୍କ ନ ଥାଇ ନାବାଳିକାର ସ୍ତନକୁ ଛୁଇଁବା ଯୌନ ଉତ୍ପୀଡ଼ନ ଭାବରେ ପରିଭାଷିତ ହୋଇପାରିବ ନାହିଁ। ସୁପ୍ରିମକୋର୍ଟ କହିଛନ୍ତି ଯେ, ଖରାପ ମନବୃତ୍ତି ନେଇ ଶରୀରର ଯୌନ ଅଂଶକୁ ଛୁଇଁବା ହେଉଛି ପୋକ୍ସୋ ଆକ୍ଟର ଏକ ମାମଲା । ବମ୍ବେ ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ବିରୋଧରେ ମହାରାଷ୍ଟ୍ର ସରକାର, ଜାତୀୟ ମହିଳା ଆୟୋଗ ଏବଂ ଆଟର୍ଣ୍ଣି ଜେନେରାଲଙ୍କ ଦ୍ୱାରା ଏକ ଆବେଦନ କରାଯାଇଥିଲା।

ଶୁଣାଣି ବେଳେ ଜଷ୍ଟିସ ଉଦୟ ଉମେଶ ଲଲିତ, ଜଷ୍ଟିସ ଏସ. ରବିନ୍ଦ୍ର ଭଟ୍ଟ ଏବଂ ଜଷ୍ଟିସ ବେଲା ଏମ ତ୍ରିବେଦୀଙ୍କ ଏକ ବେଞ୍ଚ ଏହି ନିଷ୍ପତ୍ତିକୁ ଖଣ୍ଡନ କରିଛି । କୋର୍ଟ କହିଛନ୍ତି ଯେ ଏହା କୁହାଯାଇପାରିବ ନାହିଁ ଯେ ଶିଶୁର କପଡା ଉପରେ ଛୁଇଁବା ଯୌନ ଶୋଷଣ ନୁହେଁ। ତେଣୁ ସୁପ୍ରିମକୋର୍ଟ ସ୍କିନ୍ ଟୁ ସ୍କିନ୍ ଟଚ୍ କୁ ନେଇ ଏଭଳି କିଛି ରାୟ କରିଛନ୍ତି । ଏଥିସହ କହିଛନ୍ତି ଯେ, ଯଦି ଏହିଭଳି କିଛି ରାୟକୁ ଢ଼ିଲା ଛାଡ଼ି ଦିଆଯାଏ ତେବେ ପିଲାମାନଙ୍କୁ ଶୋଷଣରୁ ରକ୍ଷା କରିବା ପାଇଁ ତିଆରି ହୋଇଥିବା ପୋକ୍ସୋ ଆକ୍ଟର ଉଦ୍ଦେଶ୍ୟକୁ ସମାପ୍ତ କରିଦେବ ।

ଜଷ୍ଟିସ ବେଲା ତ୍ରିବେଦୀ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଅବୈଧ ଦର୍ଶାଇ କହିଛନ୍ତି ଯେ ପୋକ୍ସୋ ଅଧିନିୟମ ଅନୁଯାୟୀ ଅପରାଧ ମାନିବା ପାଇଁ ଶାରୀରିକ କିମ୍ବା ସ୍କିନ୍ ଟଚ୍ ସର୍ତ୍ତ ରଖିବା ହାସ୍ୟାସ୍ପଦ୍ । ଆଉ ଏଥିରେ ଆଇନର ମୂଳ ଉଦ୍ଦେଶ୍ୟକୁ ସମ୍ପୂର୍ଣ୍ଣରୂପେ ସମାପ୍ତ କରିବ, ଯାହା ପିଲାମାନଙ୍କୁ ଯୌନ ଅପରାଧରୁ ରକ୍ଷା କରିବା ପାଇଁ ପ୍ରସ୍ତୁତ ହୋଇଛି ।

ଖାଲି ସେତିକି ନୂହେଁ ଶୀର୍ଷ କୋର୍ଟ ଶୁଣାଣି ବେଳେ ଏହା ବି କହିଛନ୍ତି ଯେ, ଯଦି ବମ୍ବେ ହାଇକୋର୍ଟର ରାୟକୁ ଗ୍ରହଣ କରାଯାଏ ତେବେ ଅଭିଯୁକ୍ତ ଯଦି ଗ୍ଲୋବସ୍ ପିନ୍ଧି ବଳାତ୍କାର କରୁଛି ତାହେଲେ ସେ ଦଣ୍ଡ ପାଇବାରୁ ବର୍ତ୍ତିିଯିବ । ଏହା ଖୁବ୍ ଅଜବ ସ୍ଥିତି ହୋଇଯିବ । ସୁପ୍ରିମକୋର୍ଟ କହିଛନ୍ତି ଯେ, ନିୟମ ଏହା ହେବା ଦରକାର, ଯାହାଦ୍ୱାରା ଆଇନ ମଜବୁତ୍ ହେବ ।

Get real time updates directly on you device, subscribe now.