fbpx

ମ୍ୟାଚ ଅଧାରେ ଗର୍ଲଫ୍ରେଣ୍ଡକୁ ଖୋଜିଲେ ଭାରତୀୟ ପେସ ବୋଲର: ଭଉଣୀ ପୋଷ୍ଟ କଲେ ଏହି ମଜାଦାର ଭିଡିଓ

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳା ଯାଉଥିବା ପ୍ରଥମ ଟି-୨୦ ମୁକାବିଲାରେ ଏକ ମଜାଦାର ଘଟଣା ଦେଖିବାକୁ ମିଳିଥିଲା । ଭାରତୀୟ ପେସ ବୋଲର ଦୀପକ ଚହର ମ୍ୟାଚ ଅଧାରେ ନିଜ ଗର୍ଲଫ୍ରେଣ୍ଡକୁ ଖୋଜୁଥିବା ବେଳେ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରି ଦେଇଥିଲେ ଭଉଣୀ । ଭିଡିଓଟି ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି । ପ୍ରଥମ ଟି-୨୦ ମୁକାବିଲା ଦୀପକଙ୍କ ଘରୋଇ ପଡିଆ ରାଜସ୍ଥାନରେ ଦୀପକଙ୍କର ଏହା ପ୍ରଥମ ଆନ୍ତର୍ଜାତୀୟ ମ୍ୟାଚ ହୋଇଥିବା ବେଳେ ଉଭୟ ଭଉଣୀ ଏବଂ ପ୍ରେମିକା ମ୍ୟାଚ ଦେଖିବାକୁ ଆସିଥିଲେ । ମ୍ୟାଚର ଅଷ୍ଟମ ଓଭରରେ ଦୀପକ ଲଙ୍ଗ ଅଫରେ ଫିଲ୍ଡିଂ କରୁଥିଲେ ।

ଏହି ସମୟରେ ଦର୍ଶକ ଷ୍ଟାଣ୍ଡରେ ବସିଥିବା ଦୀପକଙ୍କ ଭଉଣୀ ମାଲତୀ ତାଙ୍କୁ ଡାକିଥିଲେ । କିଛି ସମୟ ପରେ ଦୀପକ ଭଉଣୀ ଆଡକୁ ଚାହିଁଥିଲେ । ତେବେ ନଜର ଯେମିତି ଆଉ କାହାକୁ ଖୋଜୁଥିଲା । ଏହାପରେ ଦୀପକ ଭଉଣୀଙ୍କୁ ପଚାରିଥିଲେ ‘ୱୋ କହାଁ ହୈ’ ଅର୍ଥାତ ସେ କୋଉଠି । ଏହାପରେ ଭଉଣୀ ହାତରେ ଇଶାରା କରି ଦେଖାଇଥିଲେ କି ସେ ଉପରେ ବସିଛି । ଉଲ୍ଲେଖଯୋଗ୍ୟ ଯେ, ଚଳିତ ଆଇପିଏଲରେ ଚେନ୍ନାଇର ଅନ୍ତିମ ଲିଗ ମ୍ୟାଚରେ ନିଜର ବାନ୍ଧବୀ ଜୟା ଭରଦ୍ୱାଜଙ୍କୁ ପ୍ରପୋଜ କରିଥିଲେ । ଏହି ମ୍ୟାଚରେ ଦୀପକଙ୍କ ବୋଲିଂ ସାମାନ୍ୟ ପ୍ରଭାବହୀନ ରହିଥିଲା । ତେବେ ମ୍ୟାଚର ଟପ ସ୍କୋରର ମାର୍ଟିନ ଗପ୍ଟିଲଙ୍କୁ ଅନ୍ତିମ ଓଭରରେ ଆଉଟ କରି ଘରୋଇ ଗ୍ରାଉଣ୍ଡରେ ପ୍ରଥମ ୱିକେଟ ନେଇଥିଲେ ଦୀପକ । ଦେଖନ୍ତୁ ଭିଡିଓ….

 

View this post on Instagram

 

A post shared by Malti Chahar(Meenu) ?? (@maltichahar)

Get real time updates directly on you device, subscribe now.