fbpx

ପଣ୍ଟିଂଙ୍କ ଖୁଲାସା- ଟିମ୍ ଇଣ୍ଡିଆର କୋଚ୍ ପାଇଁ ମିଳିଥିଲା ଅଫର, ଦ୍ରାବିଡ ପଦ ସମ୍ଭାଳିବା ନେଇ ମୁଁ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟରେ ନୂତନ ଯୁଗ ଆରମ୍ଭ ହୋଇ ଯାଇଛି । ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ସମାପ୍ତ ପରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଦାୟିତ୍ୱ ଗ୍ରହଣ କରିଛନ୍ତି ରାହୁଲ ଦ୍ରାବିଡ । ଦ୍ରାବିଡଙ୍କ ମାର୍ଗଦର୍ଶନରେ ଭାରତ ନିଜର ଅଭିଯାନ ବିଜୟ ସହିତ ଆରମ୍ଭ କରିଛି । ନ୍ୟୁଜିଲାଣ୍ଡକୁ ଭାରତ ପ୍ରଥମ ଟି-୨୦ରେ ୫ ୱିକେଟରେ ହରାଇଛି । ଏହା ମଧ୍ୟରେ ରାହୁଲ ଦ୍ରାବିଡ ଭାରତୀୟ ଦଳର ମୁଖ୍ୟ କୋଚ୍ ହେବା ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ । ସେ ଖୁଲାସା କରିଛନ୍ତି ଯେ, ତାଙ୍କୁ ଆଇପିଏଲ ସମୟରେ ଭାରତୀୟ ପୁରୁଷ ଦଳର ମୁଖ୍ୟ କୋଚ୍ ହେବାକୁ ପ୍ରସ୍ତାବ ଦିଆଯାଇଥିଲା ।

ପଣ୍ଟିଂ ଏହା ମଧ୍ୟ କହିଛନ୍ତି, ଯେଉଁ ଲୋକେ ତାଙ୍କ ସହ ଯୋଗାଯୋଗ କରୁଥିଲେ, ସେମାନେ ମୋତେ ମୁଖ୍ୟ କୋଚ୍ ଦାୟିତ୍ୱ ଦେବାକୁ ବ୍ୟଗ୍ର ଥିଲେ । ହେଲେ ରିକି ପଣ୍ଟିଂ ନିଜର କାର୍ଯ୍ୟଭାର କାରଣରୁ ପ୍ରସ୍ତାବ ସ୍ୱୀକାର କରିନଥିଲେ । ପଣ୍ଟିଂ ଏହା ମଧ୍ୟ କହିଛନ୍ତି, ସେ ଆଇପିଏଲ ଫ୍ରାଞ୍ଚାଇଜି ଏବଂ ଚ୍ୟାନେଲ-୭ରେ ନିଜର ଦାୟିତ୍ୱ ଛାଡିବାକୁ ଚାହୁଁନଥିଲେ । ଏମିତିରେ ଏହି କାମ ପାଇଁ ତାଙ୍କୁ ଭାରତରେ ଅଧିକାଂଶ ସମୟ ଅତିବାହିତ କରିବାକୁ ପଡୁଛି ।

ପଣ୍ଟିଂ କହିଛନ୍ତି, ଯଦି ମୁଁ ପ୍ରସ୍ତାବ ସ୍ୱୀକାର କରିଥାନ୍ତି ତେବେ ମୋତେ ଆଇପିଏଲ ଛାଡିବାକୁ ପଡିଥାନ୍ତା ଏବଂ ଚ୍ୟାନେଲ-୭ରୁ ଅଲଗାହ ବୋକୁ ପଡିଥାନ୍ତା । ଏଥିପାଇଁ ମୁଁ ଭାରତୀୟ କ୍ରିକେଟର ଦଳର ମୁଖ୍ୟ କୋଚ୍ ପଦ ଗ୍ରହଣ କରିବାକୁ ମନା କରିଥିଲି । ପଣ୍ଟିଂ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍ ଭାବେ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ତାଙ୍କ ମାର୍ଗଦର୍ଶନରେ ଦିଲ୍ଲୀ ୨୦୧୯ରୁ କ୍ରମାଗତ ତିନି ଥର ପ୍ଲେଅଫ ପାଇଁ କ୍ୱାଲିଫାଇ କରିଛି । ଏପରିକି ୨୦୨୦ରେ ଫାଇନାଲରେ ପ୍ରବେଶ କରିଥିଲା ।

ପଣ୍ଟିଂ ଏହା ମଧ୍ୟ କହିଛନ୍ତି, ରାହୁଲ ଦ୍ରାବିଡଙ୍କ ପରିବାର ଥିବା ସତ୍ୱେ ସେ ଏହି କାମ ପାଇଁ କେମିତି ରାଜି ହୋଇଗଲେ ମୋତେ ଆଶ୍ଚର୍ଯ୍ୟ ଲାଗୁଛି । ସେ ଭାରତୀୟ ଦଳର ମୁଖ୍ୟ କୋଚ୍ ପଦ କେମିତି ସ୍ୱୀକାର କଲେ ଜାଣି ପାରୁନି । ସେ ନିଜର ୧୯ ବର୍ଷରୁ କମ ଦଳ ସହ ବହୁତ ଖୁସିରେ ଥିଲେ । ଏହି ବିଷୟରେ ତାଙ୍କ ସହ ମୋର ବହୁତ ଆଲୋଚନା ହୋଇଛି । ମୁଁ ତାଙ୍କର ପାରିବାରିକ ଜୀବନ ବିଷୟରେ କିଛି ବୁଝି ପାରୁନି । ତାଙ୍କର ଛୋଟ ପିଲା ଅଛନ୍ତି । ଏଥିପାଇଁ ମୁଁ ଆଶ୍ଚର୍ଯ୍ୟ ଯେ, ସେ କେମିତି ଏହି ଦାୟିତ୍ୱ ନେବାକୁ ରାଜି ହେଲେ ବୋଲି ପଣ୍ଟିଂ କହିଛନ୍ତି ।

 

Get real time updates directly on you device, subscribe now.